POLITICALS

ମନ୍ତ୍ରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ପ୍ରଦୀପ ମହାରଥୀ!

Untitled 1

ମାନ କରିଛନ୍ତି ମହାରଥୀ । ମନ୍ତ୍ରୀ ନିରଞ୍ଜନଙ୍କ କଥା ଖୁବ ବାଧିଛି । ଗତକାଲି ଗୃହରେ ମନ୍ତ୍ରୀଙ୍କ ଆକ୍ଷେପରେ ମର୍ମାହତ ହୋଇ ରାତି ସାରା ଉପବାସରେ ରହିଛନ୍ତି ମହାରଥୀ । ତକାଲି ବିଧାନସଭା ଗୃହରେ ମହାରଥୀଙ୍କୁ ନିରଞ୍ଜନ ପୂଜାରୀ ସମାଲୋଚନା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସି ଆସିଛି। ଯାହାକୁ ନେଇ ମହାରଥୀ ଆଜି କଡ଼ା ଜବାବ ରଖିଛନ୍ତି। ନିଜ ଚିରାଚରିତ ଅନ୍ଦାଜରେ ମହାରଥୀ  ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ତେବେ ମନ୍ତ୍ରୀଙ୍କ ଆକ୍ଷେପ ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ଆଜି ଶାଣିତ ସ୍ୱରରେ ଗୃହରେ ବର୍ଷିଛନ୍ତି ବିଜେଡ଼ି ବିଧାୟକ । ଗୃହରେ ଭୁଲ ତଥ୍ୟ ଦେଇଥିବା କହି ଆକ୍ରମଣାତ୍ମକ ଶୈଳୀରେ ନିରଞ୍ଜନ ପୂଜାରୀଙ୍କୁ  ଟାର୍ଗେଟ କରିଛନ୍ତି । ଏତେ ବର୍ଷ ରାଜନୈତିକ ଜୀବନରେ ଏପରି ବ୍ୟବହାର କରାଯାଇନି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି । ମହାରଥୀ କହିଛନ୍ତି, ‘ମୁଁ ଆସିବା ବେଳେ ଶୀତଳ ଭଣ୍ଡାର ସଂଖ୍ୟା ୨୪ରେ ଥିଲା। ହେଲେ ତାହା ଏବେ ୪୮କୁ ବୃଦ୍ଧି ପାଇଛି। ମୋ ସମୟରେ ଚାରି ଥର କୃଷି କର୍ମଣ ପୁରସ୍କାର  ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ପାଟି ଚୁପ୍ ରଖିବେ ତେବେ ପାରିବେନି।’

ନିଆଁରେ ଘିଅ ଢାଳିଲେ ପ୍ରମିଳା

ଏପଟେ ମହାରଥୀ ଓ ନିରଞ୍ଜନଙ୍କ ତୁ ତୁ ମେଁ ମେଁ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମହାରଥୀ ରାଗି ନାହାନ୍ତି ତାଙ୍କ କହିବା ଷ୍ଟାଇଲ୍ ସେହିଭଳି । ଯାତ୍ରା ପାର୍ଟି ରୋଲ୍ ଭଳି ଡାଇଲଗ୍ ମାରନ୍ତି ମହାରଥୀ । ସେ ଜଣେ ଡାଇବେଟିସ୍ ରୋଗୀ, କଲିଠୁ ଖାଇନାହାନ୍ତି କ’ଣ ଉପାସରେ ବିଧାନସଭା ଆସିଛନ୍ତି କି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ।

ପଢନ୍ତୁ: ମଦ ନିଶାରେ ହାତରେ ବନ୍ଧୁକ ଧରି ନାଚିବା ମହଙ୍ଗା ପଡିଲା

Related posts

୭୬ ଭାରତୀୟ, ୪୧ ପାକିସ୍ତାନୀଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ

Ratnamani Moharana

‘କାଳିଆ’ ଯୋଜନାକୁ ଝଟ୍‌କା: ନିର୍ବାଚନ ପୂର୍ବରୁ ଲଞ୍ଚ୍ ନେଇ ନୋଟିସ

Ratnamani Moharana

ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର

Ratnamani Moharana

1 comment

Leave a Comment