EnewsOdia.Com

ଦୁଇ ଦିନ ପରେ ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିର ପାଇଁ ବ୍ୟାପକ ପ୍ରସ୍ତୁତି

ଦୁଇ ଦିନ ପରେ ମହାଶିବରାତ୍ରୀ । ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ । ମହାଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବାର ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ଭଗବାନଙ୍କ ଦର୍ଶନ କରିପାରିବେ ସେ ନେଇ  ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଛି।  ପୁରୁଣା ଥାନା ଥିବା ଜାଗାରେ ଲୋକ ଧାଡ଼ି ବାନ୍ଧି ଠିଆ ହେବେ। ମନ୍ଦିର ଦୁଇ ପାର୍ଶ୍ବ ରାସ୍ତାରେ ଲୋକ ବସି ଦୀପ ଜାଳିବେ। ମଙ୍ଗଳବାର ଡିସିପି ସାଗରିକା ନାଥଙ୍କ ଦ୍ବାରା ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ମାର୍ଗଦର୍ଶିକା ଜାରି କରାଯିବ।

ବୈଠକରେ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ,ଡିସିପି ଅନୁପ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଟ୍ରାଫିକ ଡିସିପି ସାଗରିକା ନାଥ ଓ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ବ୍ରାହ୍ମଣ ନିଯୋଗ ସମିତି ସାମିଲ ହୋଇନଥିଲା । ହେଲେ ନୀତିକାନ୍ତିରେ ପ୍ରଶାସନକୁ ସହଯୋଗ କରିବା ନେଇ କହିଛି ସମିତି । ଏକଜିକ୍ୟୁଟିଭ ଅଫିସରଙ୍କ ବଦଳି ହୋଇସାରିଥିଲେ ବି ସ୍ଥାନାନ୍ତର ହୋଇନାହାନ୍ତି । ତାଙ୍କର ବଦଳି ଓ ପୂର୍ବରୁ ଥିବା ପରମ୍ପରାକୁ ଫେରାଇ ଆଣିବା ପାଇଁ ଦାବି କରିଛି ସମିତି।

ପଢନ୍ତୁ: ଆଜିଠୁ ବଢ଼ିବ ଖରା

ସମ୍ବନ୍ଧିତ ଖବର

କେଜ୍ରିୱାଲଙ୍କ ପାଇଁ ସ୍ପେଶାଲ ଭାଲେଂଟାଇନ ଡେ’

Ratnamani Maharana

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana

ଜଷ୍ଟିସ୍‌ ବୋବଡେଙ୍କ ନାଁରେ ମୋହର, ୧୮ରେ ନେବେ ଶପଥ

Ratnamani Maharana

ମିଶନ୍ ଶକ୍ତି ମେଳାରେ ବୁଲି ସପିଂ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ବଇଁଶୀ ବଜାଇ ଦୃଷ୍ଟିହୀନ ପବିତ୍ର ଭିକ୍ଷାବୃତ୍ତି କରି ମାଆଙ୍କୁ ପୋଷୁଛନ୍ତି ବୋଝ କହି ଅସହାୟ ବୁଢୀ ମାଆକୁ ପର କରିଦେଲା ବଡ ପୁଅ…

admin

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana