CULTURES

‘ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର ! ମଧ୍ୟରାତ୍ରିରେ ଉଠିଲା ମହାଦୀପ

ସାଢେ ୧୨ରେ ଉଠିଲା ମହାଦୀପ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ‘ମହାଦୀପ’ ମଧ୍ୟରାତ୍ରୀରେ ଉଠିଛି । ରାତି ୧୦ଟାରେ ମହଦୀପ ଉଠିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁଁ ସମୟ ଅନୁସାରେ ଏହା ହୋଇପାରି ନାହିଁ । ‘ଓଁ ନମଃ ଶିବାୟ’ ଧ୍ୱନୀରେ ସମଗ୍ର ଏକାମ୍ର କ୍ଷେତ୍ର କମ୍ପୁଥିବା ବେଳେ ରାତି ୧୨ଟା ୩୦ରେ ମହାଦୀପ ଉଠିଥିଲା । ସେତେବେଳକୁ ଭକ୍ତମାନେ ପଞ୍ଚଇନ୍ଦ୍ରୀୟକୁ ସଂଯୋଗ କରି କେବଳ ଶିବ ନାମକୁ ଧ୍ୟାନରେ ରଖିଥିଲେ । ମହାଦୀପରେ ସମସ୍ତଙ୍କ ଳୟ ଥିଲା।

ମହାଶିବରାତ୍ରିରେ ଦିନତମାମ ଏମିତି ଭକ୍ତିଭାବମୟ ହୋଇ ଉଠିଥିଲା ଶ୍ରୀଲିଙ୍ଗରାଜ ମନ୍ଦିରର ପରିବେଶ। ମହାଦୀପ ଦର୍ଶନର ମହାର୍ଘ୍ୟ ସୁଯୋଗ ଲଭିବା ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତେ ଜାଗର ଜାଳି ସତୃଷ୍ଣ ନୟନରେ ଚାହିଁ ରହିଥିଲେ ମନ୍ଦିର ଚୂଡ଼ାକୁ । ଶେଷରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ହରିବୋଲ, ହୁଳହୁଳି ଓ ହରହର ମହାଦେବ ଧ୍ୱନି ମଧ୍ୟରେ ରାତି ସାଢ଼େ ୧୨ଟାରେ ସମର୍ଥା ସେବାୟତଗଣ ବେଢ଼ା ପରିକ୍ରମା ସାରି ମନ୍ଦିର ଉପରକୁ ଉଠାଇଥିଲେ ମହାଦୀପ।

ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ନାଗେଶ୍ୱର, ଯମେଶ୍ୱର, କୁକଟେଶ୍ୱର, ଖରାଖିଆ ବୈଦ୍ୟନାଥ, ବ୍ରହ୍ମେଶ୍ୱର ଡାକରା ବିଭୀଷଣେଶ୍ୱର, ତାଳେଶ୍ୱର, ମୈତ୍ରେଶ୍ୱର, ସିଦେ୍ଧଶ୍ୱର, ମେଘେଶ୍ୱର, ତୀର୍ଥେଶ୍ୱର, ଭାସ୍କରେଶ୍ୱର, ଚିନ୍ତାମଣିଶ୍ୱର, କେଦାରେଶ୍ୱର, ଉତ୍ତରେଶ୍ୱର ଓ ବେଲେଶ୍ୱର ମନ୍ଦିରରେ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ପୂଜାର୍ଚ୍ଚନା କରିଛନ୍ତି।

ପଢନ୍ତୁ;

ଆପଣଙ୍କ କେଶକୁ ମଜଭୁତ ହେବା ସହ ସିଲ୍କି ରଖିବାକୁ ଚାହୁଁଛନ୍ତି କି ? ତେବେ ବ୍ୟବହାର କରନ୍ତୁ “ଅଁଳା”

Related posts

ଆଜି ଆଲୋକର ପର୍ବ ଦୀପାବଳି,ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ

ENO Beuro

ଆଜି ବଡଓଷା,ଧବଳେଶ୍ୱର ପୀଠ ଚଳଚଞ୍ଚଳ

ENO Beuro

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

ENO Beuro

1 comment

Leave a Comment