News

ମହାଥିର ହେଲେ ବିଶ୍ୱର ସବୁଠ ବୟସ୍କ ପ୍ରଧାନମନ୍ତ୍ରୀ

ମାଲେସିଆ ସାଧାରଣ ନିର୍ବାଚନରେ ୯୨ ବର୍ଷ ବୟସ୍କ ବରିଷ୍ଠ ନେତା ମହାଥିର ମହମ୍ମଦଙ୍କୁ ବହୁମତ ମିଳିଛି। ଫଳରେ  ମହାଥିର ଏବେ ବିଶ୍ୱର ବୟସ୍କ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ଦେଶରେ ୬ ଦଶକ ଧରି ଶାସନ କ୍ଷମତାରେ ଥିବା ନ୍ୟାସନାଲ୍‌ ଫ୍ରଣ୍ଟ୍‌ ମେଣ୍ଟ ଏହି ନିର୍ବାଚନରେ ପରାଜିତ ହୋଇଛି। ୨୨୨ ସିଟ୍‌ରୁ ମହାଥୀରଙ୍କ ଦଳ ୧୧୩ ସିଟ୍‌ରେ ବିଜୟୀ ହୋଇଛନ୍ତି। ସରକାର ଗଠନ ପାଇଁ ତାଙ୍କୁ ୧୧୨ ଟିସ୍‌ରେ ବିଜୟ ଆବଶ୍ୟକ ଥିଲା।

ଶାସକ ନଜୀବ ରାଜକଙ୍କ ନେତୃତ୍ୟଧୀନ ବାରିସନ ନ୍ୟାସନାଲ ମେଣ୍ଟକୁ ମାତ୍ର ୭୯ଟି ଆଶନ ମିଳିଛି। ମହାଥୀର କହିଛନ୍ତି, “ନଜୀବଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରାଯିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସୂଚନାଯୋଗ୍ୟ ଯେ, ମହାଥୀର ୨୨ ବର୍ଷ କ୍ଷମତାରେ ଥିଲେ। ୨୦୦୩ ତାଙ୍କ ଦଳ ନିର୍ବାଚନରେ ପରାଜିତ ହେବା ପରେ କ୍ଷମତାରୁ ବାହାରେ ରହିଥିଲା।

ମହାଥିର ହେଲେ ବିଶ୍ୱର ସବୁଠ ବୟସ୍କ ପ୍ରଧାନମନ୍ତ୍ରୀ mahathir

ପଢନ୍ତୁ; ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ!

Related posts

ଦିଲ୍ଲୀ ରୋହିଙ୍ଗ୍ୟା ଶିବିରରେ ଅଗ୍ନିକାଣ୍ଡ : ନିଆଁରେ ସମଗ୍ର ବସ୍ତି ପୋଡି ପାଉଁଶ!

Krishna Kumar Manoj

ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା

Krishna Kumar Manoj

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More