February 18, 2019

‘ମହାତ୍ମା ସେତୁ’ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

setu

ଆଜି ଲୋକାର୍ପିତ ହେଲା ‘ମହାତ୍ମା ସେତୁ’। ଏହି ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଳକାଟି–ବାଲିଅନ୍ତା ପୁରୁଣା ଜଗନ୍ନାଥ ସଡ଼କରେ ନୂଆ ସେତୁ ଉଦଘାଟିତ ହେଲା । ବାଲିଅନ୍ତା-ଭୁବନପୁରଠାରେ କୁଶଭଦ୍ରା ସେତୁ ନିର୍ମାଣ ଶେଷ ପରେ ଗାନ୍ଧୀ ଜୟନ୍ତୀରେ ଲୋକାର୍ପଣ ହୋଇଛି । ଏହି ସେତୁକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ସେତୁର ଦୈର୍ଘ୍ୟ ୩୮୦.୦୫ ମିଟର, ପ୍ରସ୍ଥ ୧୦.୫ ମିଟର ଏବଂ ଉଭୟ ପାଶ୍ୱର୍ରେ ୧.୫ ମିଟର ଲେଖାଏଁ ପାଦଚଲା ରାସ୍ତା ରହିଛି।

setu

ଏହା ସହ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟବ୍ୟାପୀ ଗାନ୍ଧୀ ଶାନ୍ତି ସଦ୍‌ଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

ପଢନ୍ତୁ;ମେଡିସିନ୍ ରେ ୨ ବୈଜ୍ଞାନିକଙ୍କୁ ନୋବେଲ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More