• Home
  • Entertainment
  • ମହେଶ୍ ବାବୁଙ୍କ ଜଲ୍‌ଓ୍ବା ଏବେ ଆମେରିକାରେ ଦେଖିବାକୁ ମିଳିବ
Entertainment

ମହେଶ୍ ବାବୁଙ୍କ ଜଲ୍‌ଓ୍ବା ଏବେ ଆମେରିକାରେ ଦେଖିବାକୁ ମିଳିବ

ଆମେରିକାରେ ହେବ ଏହାର ଗ୍ରାଣ୍ଡ ପ୍ରିମିୟର୍‌

ସୁପର୍‌ଷ୍ଟାର୍‌ ମହେଶ୍ ବାବୁଙ୍କ ତେଲୁଗୁ ଫିଲ୍ମ ‘ଭାରତ ଆନେ ନେନୁ’ ଏ ବର୍ଷର ବହୁଚର୍ଚ୍ଚିତ ଦକ୍ଷିଣ ଭାରତୀୟ ଫିଲ୍ମ ଭାବେ ଦେଖାଯାଉଛି । ଏପ୍ରିଲ ୨୦ରେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ଆମେରିକାରେ ହେବ ଏହାର ଗ୍ରାଣ୍ଡ ପ୍ରିମିୟର୍‌ । ରିଲିଜ୍‌ ପୂର୍ବଦିନ ଦେଶବ୍ୟାପୀ ୨୦୦୦ଟି ପ୍ରେକ୍ଷାଳୟରେ ଫିଲ୍ମ ପ୍ରଦର୍ଶନ ଲାଗି ନିର୍ମାତା ନିର୍ଦ୍ଦେଶକ ପ୍ରସ୍ତୁତି ଚଳାଇଛନ୍ତି ।

ଏ ସମ୍ପର୍କରେ ଫିଲ୍ମର ଆମେରିକୀୟ ଡିଷ୍ଟ୍ରିବ୍ୟୁଟର୍‌ ଗ୍ରେଟ୍‌ ଇଣ୍ଡିଆ ଫିଲ୍ମ ପକ୍ଷରୁ ଟୁଇଟ୍‌ ଜରିଆରେ ସ୍ପଷ୍ଟ କରାଯାଇଛି । ଆମେରିକାରେ କୌଣସି ଏକ ତେଲୁଗୁ ଫିଲ୍ମର ପ୍ରଥମକରି ଏତେ ଭବ୍ୟ ପ୍ରିମିୟର୍‌ ହେବାକୁ ଯାଉଛି ବୋଲି ଗ୍ରେଟ୍‌ ଇଣ୍ଡିଆ ପକ୍ଷରୁ କହାଯାଇଛି । ‘ଭାରତ ଆନେ ନେନୁ’ରେ ମହେଶ ବାବୁଙ୍କ ସହ ଆଉ ଜଣେ ବିଶିଷ୍ଟ କଳାକାର କୋରାତାଲା ଶିବାଙ୍କୁ ଏକାଠି ଦେଖିବାକୁ ମିଳିବ ।

ଏହି ଫିଲ୍ମ ଜରିଆରେ ତେଲୁଗୁ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ । ଏଥିରେ ମହେଶ ବାବୁଙ୍କ ପିତା ଭୂମିକାରେ ଦେଖିବାକୁ ମିଳିବେ ତାମିଲ ଅଭିନେତା ଶରଥ କୁମାର । ପ୍ରଥମ ଟ୍ରେଲର୍‌ ରିଲିଜ୍‌ ହେବା ପରେ ଫିଲ୍ମକୁ ନେଇ ସିନେପ୍ରେମୀ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି । ଫିଲ୍ମର କାହାଣୀ ଏକ ରାଜନୈତିକି ବିଷୟବସ୍ତୁ ଉପରେ ଆଧାରିତ ବୋଲି କୁହାଯାଉଛି । ଏଥିରେ ମହେଶ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ ।

ଏଥିରେ ପ୍ରକାଶ ରାଜ୍‌, ରାଓ ରମେଶ, ରବି ଶଙ୍କର, ପୋସାନୀ କ୍ରିଷ୍ଣା ମୁରଲୀ, ଅମାନୀ, ଜୀବା, ବେନର୍ଜି, ବ୍ରହ୍ମାଜୀ, ଅଜୟ କୁମାର, ସୀଥାରାଜ୍‌, ରଜିଥା, ପୃଥିବୀରାଜ, ଦେବରାଜ ଏବଂ ଯଶ୍‌ପାଲ୍‌ ଶର୍ମାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ରବି କେ. ଚନ୍ଦ୍ରନ୍‌ ଏବଂ ଏସ୍‌. ଥିରୁନାଭକ୍କରସୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

ମହେଶ୍ ବାବୁଙ୍କ ଜଲ୍‌ଓ୍ବା ଏବେ ଆମେରିକାରେ ଦେଖିବାକୁ ମିଳିବ mahes babu

ପଢନ୍ତୁ ;

ନିଜର ଯାଦୁକାରୀ ଷ୍ଟାଇଲିସ ଶୈଳୀରେ ଚାଲିଲେ ଅଭିନେତ୍ରୀ ନୁଶରତ ଭରୁଚା!

Related posts

ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ‘ଦବଙ୍ଗ-୩’

Krishna Kumar Manoj

Raveena Tandon special attraction of 8th Odia Filmfare Award

Krishna Kumar Manoj

ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ “ଦେବ”

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More