Entertainment

ଆସନ୍ତୁ ଜାଣିବା, ଅଭିନେତ୍ରୀ ମହାଶ୍ୱେତାଙ୍କ ସଂପର୍କରେ କିଛି ଅଜଣା କଥା

ମହାଶ୍ୱେତା ହେଲେ ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ପ୍ରଥମେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସିନ୍ଦୂର ବିନ୍ଦୁ’ସିନେମାରେ ଏକ ଗ୍ରୁପ୍‌ ଡ଼୍ୟାନ୍‌ସରେ ଅଭିନୟ କରିଥିଲେ। ହେଲେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ମହାଶ୍ୱେତାଙ୍କୁ ନାୟିକା ଭୂମିକାରେ ଆଣିଥିଲେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଶେଷ ଶ୍ରାବଣ’ରେ।

‘ଶେଷ ଶ୍ରାବଣ’ପରେ ସେ ସମୟର ରଶ୍ମୀ ଓରଫ ପରବର୍ତ୍ତୀ ସମୟର ମହାଶ୍ୱେତା ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଏହାପରେ ମାଓ ମମତା,ପୂଜା,ହିସାବ ନିକାଶ,ସ୍ୱପ୍ନସାଗର,କାବେରୀ,ଡ଼ୋରା,ଗୃହଲକ୍ଷ୍ମୀ,ପଳାତକ,ପକା କମ୍ବଳ ପୋତ ଛତା,ଜଗାବଳିଆ,ବଗୁଲାବଗୁଲୀ,ଲାଲ୍‌ପାନବିବି,ତୋ ବିନୁ ଆନ୍ୟଗତି ନାହିଁ,କଣ୍ଢେଇ,ଯା ଦେବୀ ସର୍ବଭୂତେଷୁ ଆଦି ବହୁ ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ପ୍ରତିଟି ସିନେମାରେ ସେ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ।

ତେବେ ମହାଶ୍ୱେତାଙ୍କ ସଂପର୍କରେ ଏକ ଅଜଣା କଥା ଜଣାଉଛୁ। ତାହା ହେଲା ଯେ ମହାଶ୍ୱେତା ତାଙ୍କ ଅଭିନୀତ ଅଧିକାଂଶ ଛବିରେ ନିଜେ ନିଜର ଭଏସ୍‌ ଡ଼ବିଂ କରିଛନ୍ତି। ହେଲେ ଏମିତି ଏକ ସିନେମା ଅଛି, ଯେଉଁଥିରେ ସେ ନାୟିକା ଭୂମିକା ନିଭାଉଥିଲେ,ହେଲେ ନିଜ ପାଇଁ ଡ଼ବିଂ କରି ନ ଥିଲେ।

ଏଭଳି ଯେଉଁ ସିନେମା କ୍ଷେତ୍ରରେ ଘଟିଥିଲା,ତାହା ହେଲା ୧୯୮୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି‘ପଳାତକ’

ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ବେଶ୍‌ କିଛି ବର୍ଷ ଧରି ଚାଲିଥିଲା।ବିଭିନ୍ନ କାରଣରୁ ଏହା କାମ ଅଧାରେ ପଡ଼ିଥିଲା। ହେଲେ ପ୍ରଖ୍ୟାତ ନାମା ପ୍ରଯୋଜକ ଧୀର ବିଶ୍ୱାଳ ଏହି ଫିଲ୍ମକୁ କଂପ୍ଲିଟ୍‌ କରିଥିଲେ।

‘ପଳାତକ’ରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିଲେ ମହାଶ୍ୱେତା। ଉଭୟଙ୍କ ମଧ୍ୟରେ ସୁସଂପର୍କ ଥିଲା।ମାତ୍ର କୌଣସି କାରଣରୁ ଫିଲ୍ମରେ ନିଜର ଭଏସ ଡ଼ବିଂ କରି ନ ଥିଲେ ସେ।ଅବଶେଷରେ ବିଶିଷ୍ଟ ଡ଼ବିଂ ଆର୍ଟିଷ୍ଟ ରୀତା ବିଶାଲ ମହାଶ୍ୱେତାଙ୍କ ପାଇଁ ଭଏସ୍‌ ଦେଇଥିଲେ।ଏଠାରେ ସୂଚନାଯୋଗ୍ୟ ରୀତା ବହୁ ସିନେମା ପାଇଁ ଭଏସ୍‌ ଦେଇଛନ୍ତି।

ଆସନ୍ତୁ ଜାଣିବା, ଅଭିନେତ୍ରୀ ମହାଶ୍ୱେତାଙ୍କ ସଂପର୍କରେ କିଛି  ଅଜଣା କଥା maheswata ray1

ପଢନ୍ତୁ ;ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଅଭିଯାନ

Related posts

Mahendra Das – VikuSet || Special Interview || Jatra Duniya || Kalinga Gananatya

Krishna Kumar Manoj

The Best Of Ollywood Film Industries In The Year 2016

Jitendra

ବିବାଦ ତୁଟିଲା : ଖୁବ୍‌ ଖୀଘ୍ର ଆରମ୍ଭ ହେବ ଏହି ସିନେମାର ଶୁଟିଙ୍ଗ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More