News

ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

mahima

ଜାମିନ ଖାରଜ ପରେ ମହିମା ମିଶ୍ରଙ୍କ ଆତ୍ମସମର୍ପଣ କରିଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ମହିମା ମିଶ୍ର । ଏକ ହତ୍ୟା ମାମଲାରେ ଗିରଫ ମହିମାଙ୍କୁ ପୂର୍ବରୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ କରିଦେଇଛନ୍ତି । ଫଳରେ ସେ ଆତ୍ମସମର୍ପଣ କରଛନ୍ତି ।

mahima

ପୂର୍ବରୁ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ ନେଇ ଓଡିଶା ହାଇକୋର୍ଟ ଦେଇଥିବା ରାୟକୁ ଓଡିଶା ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟର ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଓ ଜଷ୍ଟିସ ଏସ୍‌. ମୋହନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଓଡିଶା ହାଇକୋର୍ଟଙ୍କ ରାୟକୁ ଗତକାଲି ଖାରଜ କରିଦେଇଥିଲେ।

ସୂଚନା ଅନୁଯାୟୀ କଟକ ପ୍ରେସ ଛକରେ ଓକିଲ ଅଭୟ ଭଟ୍ଟଙ୍କ ଉପରକୁ ବୋମା ମାଡ ମାମଲାରେ ମହିମା ମିଶ୍ରଙ୍କୁ ହାଇକୋର୍ଟ ଦୁଇ ଜାମିନଦାରଙ୍କ ସହାୟତାରେ ଏକ ଲକ୍ଷ ଟଙ୍କା ଲେଖାଏଁ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ସେହିପରି ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରଦୀପରେ ସିୱେଜ ସିପିଂ କଂପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ମହିମାଙ୍କୁ ଜାମିନ ମିଳିଥିଲା।

ପଢନ୍ତୁ;ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

Related posts

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିବ ‘ଶ୍ରେଷ୍ଠ ବିମାନବନ୍ଦର’ ପୁରସ୍କାର

ENO Beuro

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ: ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

Ratnamani Moharana

କେଜ୍ରିଓ୍ଵାଲ୍‌ଙ୍କ ଘରେ ପଶିଲେ ପୋଲିସ ! ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ଘଟଣାକୁ ନେଇ ଯାଂଚ କରିବ ସିସିଟିଭି

ENO Beuro

Leave a Comment