SPORTS

ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ 

ସାମିଙ୍କ ବଡ ଭାଇଙ୍କ ନାମରେ ଧର୍ଷଣ ଅଭିଯୋଗ

ଭାରତୀୟ ଫେସ ବୋଲର ହମ୍ମଦ ସାମି ଘରୋଇ ହିଂସାକୁ ନେଇ ଧୀରେ ଧୀରେ ବିରାଟ ସମସ୍ୟା ମଧ୍ୟରେ ଛନ୍ଦି ହେବାଲୁ ଯାଉଛନ୍ତି । ଗିରଫ ହୋଇପାରନ୍ତି କ୍ରିକେଟର ମହମ୍ମଦ ସାମି । ପାରିବାରିକ ସମସ୍ୟା ପରିବାର ମଧ୍ୟରେ ସମାଧାନ ହୋଇ ନ ପାରିବାରୁ ମାମଲା ଏବେ ପଦାକୁ ଆସିଛି । ତାଙ୍କ ପତ୍ନୀ ହସିନ ଜାହାନ ଗତ ବୁଧବାର ଦିନ ପୁଲିସର ସହାୟତା ଲୋଡି ଥିଲେ ।

କିଛିଦିନ ତଳେ ପତ୍ନୀ ହସିନ୍‌ ଜାହାଁ ପତି ସାମିଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିବା ବେଳେ ଶୁକ୍ରବାର ବିଧିବଦ୍ଧ ଭାବେ ସ୍ଥାନୀୟ ଯାଦବପୁର ଥାନାରେ ସାମିଙ୍କ ବିରୋଧରେ ଲିଖିତ ଏତଲା ଦାଏର କରିଛନ୍ତି । ଏମିତି କି ସାମି ଏବଂ ତାଙ୍କ ପରିବାରର ୪ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ଦେଇଛନ୍ତି ସାମିଙ୍କ ପତ୍ନୀ ।

ପତ୍ନୀ ହସିନ ଜହାଁ ସାମିଙ୍କ ବିରୋଧରେ ବନ୍ଦ କୋଠାରୀରେ ଧର୍ଷଣ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି । ଗତବର୍ଷ ଉତ୍ତର ପ୍ରଦେଶରେ ସାମିଙ୍କ ବଡ଼ଭାଇ ହସିବ ଅହମ୍ମଦ ତାଙ୍କୁ ବଳାତ୍କାର କରିଥିଲେ ବୋଲି ହସିନ୍‌ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ସାମି ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରୁଥିଲେ ।

ସାମିଙ୍କ ବହୁ ନାରୀଙ୍କ ସହ ପ୍ରେମ ସଂପର୍କ ରହିଛି । ପାକିସ୍ତାନୀ ଝିଅ ଯାହାର ନାମ ଅଲିସଭା । ତାଙ୍କ ସହ ସେ ଖୋଲା ଖୋଲି ମିଳାମିଶା କରୁଛନ୍ତି । ଦୁବାଇ ଯାଇ ଗୋଟିଏ ହୋଟେଲରେ ରହୁଛନ୍ତି । ଏହାର ପ୍ରମାଣ ହେଉଛି ସାମୀଙ୍କର ଦୁବାଇ ଭିଷା ରହିଛି ।

ସାମିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଧାରା ୪୯୮ଏ, ୩୨୩, ୩୦୭, ୫୦୬, ୩୨୮ ଓ ୩୪ ଦଫାରେ ମାମଲା ରୁଜୁ ହୋଇଛି ।  ବୁଧବାର ହସିନା ସାମିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ପରେ ବିସିସିଆଇ ସାମିଙ୍କୁ ତା’ର ବାର୍ଷିକ ଚୁକ୍ତିରୁ ବାଦ୍‌ ଦେଇଥିଲା ।

ଏବେ ସାମିଙ୍କ ଖେଳ ଜୀବନ ଭବିଷ୍ୟତ ନେଇ ଆଶଙ୍କା ଜାତ ହୋଇଛି । ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ ସାମିଙ୍କୁ ନେଇ ଏବେ ଚିନ୍ତିତ । ଆଗାମୀ ଆଇପିଏଲରେ ତାଙ୍କୁ ରଖାଯିବ କି ନାହିଁ ସେ ସମ୍ପର୍କରେ ବିସିସିଆଇ ସହ ଆଲୋଚନା ଚାଲିଥିବା ଦିଲ୍ଲୀ ଦଳର ଜେନ ଅଧିକାରୀ ସୂଚନା ଦେଇଛନ୍ତି ।

ସାମି ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଥିଲେ । କିନ୍ତୁ ପତ୍ନୀଙ୍କୁ ଯୋଗାଯୋଗ କରିବାରେ ବିଫଳ ହେଉଥିବା ସାମି କହିଥିଲେ । ତେବେ ସେ ହସିନ୍‌ଙ୍କ ବାପାଙ୍କ ସହ କଥା ହୋଇଛନ୍ତି ଏବଂ ସବୁ କିଛି ଖୁବ୍‌ ଶୀଘ୍ର ସମାଧାନ ହୋଇଯିବ ବୋଲି ସାମି ଆଶାବ୍ୟକ୍ତ କରିଛନ୍ତି ।

ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ  sami and hasin

ପଢନ୍ତୁ ;

ପୁଅମାନଙ୍କ କେଉଁ ଗୁଣ ଜାଣିଲା ପରେ ପ୍ରେମରେ ଧୋକା ମିଳିଥାଏ ଜାଣନ୍ତୁ

Related posts

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ:ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ENO Beuro

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

ENO Beuro

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More