SPORTS

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ

ପତ୍ନୀ ହସିନ ଜହାଁଁଙ୍କର ହେବ ବୟାନ ରେକର୍ଡ

ଭାରତୀୟ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପତ୍ନୀଙ୍କ ଅଭିଯୋଗ ଉପରେ ପଚରାଉଚରା କରିବ ପୁଲିସ । ପତ୍ନୀ ହସିନ ଜହାଁଁଙ୍କର ବି ହେବ ବୟାନ ରେକର୍ଡ । ମହମ୍ମଦ ଶାମିଙ୍କ ୟୁପି ଆମ୍ରୋହା ବାସଭବନରେ ମଧ୍ୟ କୋଲକାତା ପୁଲିସର ଛାନଭିନ କରୁଛି ।

ପତ୍ନୀ ହସିନ୍ ଜହାଁଁ, ଶାମିଙ୍କ ଉପରେ ପରକୀୟା ସମ୍ପର୍କ ଓ ଶାରୀରିକ ଶୋଷଣର ଆରୋପ ଲଗାଇବା ପରେ କୋଲକାତା ପୁଲିସ ତଦନ୍ତ ପାଇଁ ତାଙ୍କ ବାସଭବନ ପହଂଚିଥିଲେ । ହସିନ ଲଗାଇ ଥିବା ସବୁ ଆରୋପ ଉପରେ ପଚାରିବେ । ତେବେ ଶାମିଙ୍କ ତରଫରୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯାଇଥିଲା ।

ଏହି ମାମଲାରେ ହସିନ କେତେ ତଳକୁ ଖସିପାରୁଛନ୍ତି ତାହା ସେ ଦେଖିବାକୁ ଚାହାନ୍ତି ବୋଲି ଶାମି କହିଛନ୍ତି । ପତ୍ନୀ ହସିନ୍ ଜହାଁଁଙ୍କ ଅଭିଯୋଗ ପରେ ଶାମିଙ୍କ ବିରୁଦ୍ଧରେ ଆଇପିସିର ଦଫା ୩୦୨ ଓ ୩୭୬ ଆଧାରରେ ମାମଲା ରୁଜୁ କରାଯାଇଥିଲା ।

ଅନ୍ୟପଟେ ପତ୍ନୀଙ୍କ ଅଭିଯୋଗ ପରେ ମହମ୍ମଦ ଶାମିଙ୍କ କ୍ରିକେଟ୍ କ୍ୟାରିୟର ମଧ୍ୟ ଅନିଶ୍ଚିତତା ଘେରକୁ ଚାଲିଯାଇଥିଲା । ତେବେ ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଟିମ୍ ଇଣ୍ଡିଆର ଏହି ପେସ୍ ବୋଲର୍ ।

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ hasin and sami

ପଢନ୍ତୁ ;

ଫଳ ଓ ପନିପରିବା ରସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଜାଣନ୍ତୁ

Related posts

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

ENO Beuro

ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି

ENO Beuro

ଟିକସ ଫାଙ୍କି ମାମଲା:୨.୨କୋଟି ଡଲାର ଦେଇ ଦଣ୍ଡରୁ ବର୍ତ୍ତିଲେ ରୋନାଲ୍ଡୋ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More