Loading...

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମହୁଆ ମୋଇତ୍ରା ଓ ଶଶି ଥରୁରଙ୍କ ବ୍ୟକ୍ତିଗତ ଫୋଟୋ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମହୁଆ ମୋଇତ୍ରା ଓ  ଶଶି ଥରୁରଙ୍କ ବ୍ୟକ୍ତିଗତ ଫୋଟୋ

ନିଜ ତୀକ୍ଷ୍ଣ ପ୍ରଶ୍ନବାଣରେ ସରକାର ଓ ଶାସକ ଦଳକୁ ସଂସଦରେ ଘାଇଲା କରୁଥିବା ତୃଣମୂଳ କଂଗ୍ରେସର ଫାଏରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ଏବେ ଭିନ୍ନ କାରଣରୁ ମସାଲୋଚନା ଓ କଟାକ୍ଷର ପରିଧି ଭିତରକୁ ଆସିଛନ୍ତି ।

ନିଜ ତୀକ୍ଷ୍ଣ ପ୍ରଶ୍ନବାଣରେ ସରକାର ଓ ଶାସକ ଦଳକୁ ସଂସଦରେ ଘାଇଲା କରୁଥିବା ତୃଣମୂଳ କଂଗ୍ରେସର ଫାଏରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ଏବେ ଭିନ୍ନ କାରଣରୁ ମସାଲୋଚନା ଓ କଟାକ୍ଷର ପରିଧି ଭିତରକୁ ଆସିଛନ୍ତି । କାରଣ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ସହ ମୋଇତ୍ରାଙ୍କର ଡିନର ବେଳର ଏକାଧିକ ବ୍ୟକ୍ତିଗତ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ନେଟିଜେନମାନେ ଉଭୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ବହୁ ୟୁଜର୍ସ ସୋସିଆଲ ମିଡିଆରେ ଏହି ଭାଇରାଲ ଫଟୋ ଗୁଡିକୁ ପୋଷ୍ଟ କରି ଥରୁର ଓ ମହୁଆଙ୍କ ମଧ୍ୟରେ କଣ କୁକିଂ ଚାଲିଛି ବୋଲି ପ୍ରଶ୍ନ କରି କଟାକ୍ଷ କରିଛନ୍ତି । ଏହାକୁ ନେଇ ମର୍ମାହତ ବୋଲି କହିବା ସହ ବିଜେପି ଦ୍ବାରା ଏହାକୁ ଭାଇରାଲ କରାଯାଇଥିବା ମହୁଆ କହିଛନ୍ତି ।

ସୂଚନାନୁସାରେ, ଟୁଇଟରରେ ଭାଇରାଲ ପୋଷ୍ଟରେ ଲୋକ ସଭା ଏମପି ମହୁଆ ମନ୍ତବ୍ୟ ଦେଇଛନ୍ତି, ମୋର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଜପାର ଟ୍ରୋଲ ସେନା ଦ୍ୱାରା ପ୍ରସାରିତ ହୋଇଥିବାରୁ ମୁଁ ବହୁତ ଖୁସି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.