EnewsOdia.Com

ଘରର ମୁଖ୍ୟ ଦ୍ୱାର ପାଇଁ ଏହି କଥା ଉପରେ ଦିଅନ୍ତୁ ଗୁରୁତ୍ୱ

ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ ହୋଇଥିଲେ ସକାରାତ୍ମକ ପ୍ରଭାବ ପକାଏ। ନହେଲେ ଏହା ନକାରାତ୍ମକ ପ୍ରଭାବ ପକାଏ। ମୁଖ୍ୟ ଦ୍ୱାର ଠିକ୍‌ ଦିଗରେ ରହିଲେ ଓ ବାସ୍ତୁ ଅନୁସାରେ ନିର୍ମାଣ ହୋଇଥିଲେ ଘରେ ଘରେ ସୁଖଶାନ୍ତି ବଜାୟ ରହିବା ସହିତ ଆର୍ଥିକ ସ୍ଥିତି ମଜବୁତ୍‌ ହୋଇଥାଏ ବୋଲି କୁହାଯାଏ। ତେଣୁ ଘରର ମୁଖ୍ୟ ଦ୍ୱାର କିପରି ହେବା ଉଚିତ୍‌, ଏହା ପାଖରେ ବା ସମ୍ମୁଖରେ କ’ଣ ରହିଲେ ଭଲ ଓ କ’ଣ ରହିଲେ ଖରାପ, ଆସନ୍ତୁ ସେ ବିଷୟରେ ଜାଣିନେବା।

୧. ଘରର ମୁଖ୍ୟ ଦ୍ୱାରକୁ ଲାଗି ଆଉ ଦ୍ୱାର କରନ୍ତୁ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ। ଯଦି ମୁଖ୍ୟ ଦ୍ୱାର ପାଖରେ ଏକ ଅବା ଏକାଧିକ ଦ୍ୱାର ଅଛି, ତା’ହେଲେ ମୁଖ୍ୟ ଦ୍ୱାରର କବାଟରେ ସ୍ପଟିକ ଚିହ୍ନ ଲଗାନ୍ତୁ। ସବୁଠୁ ଭଲ ଅନ୍ୟ ଦ୍ୱାରଗୁଡ଼ିକୁ ବନ୍ଦ କରି ଦେବାକୁ ଚେଷ୍ଟା କରନ୍ତୁ।

୨. ସୁଫଳ ପ୍ରାପ୍ତି ପାଇଁ ଘରର ମୁଖ୍ୟ ଦ୍ୱାରରେ ଘୋଡ଼ା ନାଲ ଲଗାନ୍ତୁ। ଏହି ନାଲକୁ ଦ୍ୱାରର ମଧ୍ୟ ଭାଗରେ ଲଗାନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରି ନଥାଏ।

୩. ମୁଖ୍ୟ ଦ୍ୱାରର ଦୁଇପାର୍ଶ୍ୱରେ ତୁଳସୀ ଗଛ ଲଗାନ୍ତୁ। ଏହା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହେ ବୋଲି କୁହାଯାଏ।

୪. ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ଲମ୍ୱା ଗଛ ରହିବା ଅଶୁଭ। ଯଦି ଗଛ କାଟିବା ସମ୍ଭବ ନୁହେଁ, ତେବେ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇ ଏହାକୁ ପୂଜା କରନ୍ତୁ।

୫. ମୁଖ୍ୟ ଦ୍ୱାର ସାମ୍ନାରେ ଅଳିଆ, ଆବର୍ଜନା ଜମା କରନ୍ତୁ ନାହିଁ କି କୌଣସି ଗାତ ରଖନ୍ତୁ। ଯଥା ସମ୍ଭବ ମୁଖ୍ୟ ଦ୍ୱାର ସମ୍ମୁଖକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ। ନହେଲେ ଘରର ସଦସ୍ୟ ରୋଗଗ୍ରସ୍ତ ହୋଇଥା’ନ୍ତି।

୬. ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଅନ୍ୟ ଦ୍ୱାର ଅପେକ୍ଷା ମୁଖ୍ୟ ଦ୍ୱାରକୁ ବଡ଼ କରନ୍ତୁ।

ପଢନ୍ତୁ: ଆଖିର ରଙ୍ଗ କହିବ ମଣିଷର ସ୍ଵଭାବ ସମ୍ପର୍କରେ

ସମ୍ବନ୍ଧିତ ଖବର

ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

Ratnamani Maharana

ଆପଣଙ୍କ ଭାଗ୍ୟ ବଦଳାଇଦେବ ରୋଷେଇ ଘର, ଜାଣନ୍ତୁ କିପରି

Ratnamani Maharana

ଗରିବ ବନିବାକୁ ଚାହୁଁ ନାହାନ୍ତି ତ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଜୋତା

Ratnamani Maharana

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

Ratnamani Maharana

ଭୁଲ ଦିଗରେ ଡଷ୍ଟବିନ୍‌ ରଖିବାଦ୍ଵାରା କ୍ୟାରିୟର୍‌ରେ ହୋଇଥାଏ କ୍ଷତି

Ratnamani Maharana

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

Ratnamani Maharana