News

ନ୍ୟୁଜିଲ୍ୟାଣ୍ଡ ମସଜିଦରେ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରେଣ୍ଟନ୍ ଟାରାଣ୍ଟ୍ କୋର୍ଟରେ ହାଜର

turant is the main suspect of church shooting

ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚର ଦୁଇଟି ମସଜିଦ୍‌ରେ ହୋଇଥିବା ଆତଙ୍କୀ ହମ୍‌ଲାରେ ୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ୯ ଜଣ ଭାରତୀୟ  ନିଖୋଜ ଅଛନ୍ତି ଏବଂ ସେମାନଙ୍କ ପତ୍ତା ମିଳୁନାହିଁ। ନିଖୋଜ ୯ ଜଣଙ୍କ ମଧ୍ୟରୁ ୫ ଜଣ ତେଲେଙ୍ଗାନା ଏବଂ ଗୁଜରାଟର ବୋଲି ଜଣାପଡିଛି। ତେବେ ଏହି ମୁଖ୍ୟ ସନ୍ଦିଗ୍ଧ ବ୍ରେଣ୍ଟନ୍ ଟାରାଣ୍ଟ୍କୁ  ପୁଲିସ କୋର୍ଟରେ ହାଜର କରାଇଛି।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ତା ଟୁଇଟର  ଆକାଉଣ୍ଟରେ ଟୁଇଟ କରି ଏହାର ବିବରଣୀ ସମ୍ପର୍କରେ ଲେଖିଥିଲା। ସେ ଏହି ପେଜରେ ଲେଖିଛିକି, ଟରାଣ୍ଟ ନିଜକୁ ଜଣେ ସାଧାରଣ ନାଗରିକ ବୋଲି ଦର୍ଶାଇଛି। ତେବେ ରିପୋର୍ଟ ମୁତାବକ ଟରାଣ୍ଟ ଏହି ଆକ୍ରମଣ ପୂର୍ବରୁ ଉତ୍ତର କୋରିଆ ଓ ପାକିସ୍ତାନ ଗସ୍ତ କରିଥିଲା। ଏହି ଗସ୍ତ ସମୟରେ ତା’ର ମାନସିକ ସ୍ଥିତି ଏମିତି ବଦଳିଯାଇଥିଲା ଯେ ସେ ସାଧାରଣ ମଣିଷରୁ ମୃତ୍ୟୁର   ସୌଦାଗର ପାଲଟି ଯାଇଥିଲା।

ଟରାଣ୍ଟର ମା’ ଓ ଭଉଣୀ ଅଷ୍ଟ୍ରେଲିଆରେ ରହୁଛନ୍ତି। ତା’ ବାପା ଜଣେ କ୍ରୀଡ଼ାବିତ ଥିଲେ। ସେ ଅଷ୍ଟ୍ରେଲିଆ ଛାଡ଼ି ପୂରା ବିଶ୍ୱ ବୁଲିବାକୁ ଚାହୁଁଥିଲା। ଟରାଣ୍ଟ ପାକିସ୍ତାନ, ଉତ୍ତର କୋରିଆ ଓ ୟୁରୋପର ଏକାଧିକ ଦେଶ ବୁଲିଛି। ପାକିସ୍ତାନ ଓ ଉତ୍ତର କୋରିଆ ବୁଲିବା ପରେ ହଠାତ୍‌ ଟରାଣ୍ଟର ମାନସିକତାରେ ପରିବର୍ତ୍ତନ ଆସିଥିଲା ଏବଂ ସେ କଟ୍ଟର ଇସ୍‌ଲାମ  ବିରୋଧୀ ହୋଇଯାଇଥିଲା।
ପଢନ୍ତୁ: ଆଜି କୋରାପୁଟର କମଳା ପାଇବେ ପଦ୍ମଶ୍ରୀ ପୁରସ୍କାର

Related posts

ପଞ୍ଚଦଶ ଅର୍ଥ ଆୟୋଗ ଗଠନକୁ ମଞ୍ଜୁରୀ, ମହିଳା ସୁରକ୍ଷା ଏବୋଂ ସଶକ୍ତିକରଣ ମିଶନ ସଂପ୍ରସାରଣ

ENO Beuro

ମାନବିକତା ଶୂନ୍ୟ ହେଲା ମଣିଷ , ସାହାଯ୍ୟ କରିବାକୁ ମନାକଲେ ଗ୍ରାମବାସୀ

ENO Beuro

ଡିପ୍ଲୋମାରେ ଶିକ୍ଷା ପାଇଁ ବଢିଲା ମହଙ୍ଗା

ENO Beuro

Leave a Comment