LIFESTYLE

ଖାଆନ୍ତୁ ମକାରେ ତିଆରି ରୁଟି,ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ruti

ଆମେ ସମସ୍ତେ ଜାଣୁ ମକା ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ରହିଛି ଫାଇବର, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶୀଘ୍ର ହଜମ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ମକାରେ ତିଆରି ରୁଟି ଖାଇଲେ କଣ ଫାଇଦା ମିଳିଥାଏ-

ଗହମ ରୁଟି ଅପେକ୍ଷା ମକା ରୁଟି ଭଲ। ଏହା ଏସିଡିଟି, କୋଷ୍ଠ କାଠିନ୍ୟ ଆଦି ସମସ୍ୟାକୁ ଠିକ୍‌ କରିଥାଏ। ମକାରେ ତିଆରି ରୁଟି ଖାଇଲେ ଏହା ଲିଭର ସମସ୍ୟା ହେବାକୁ ଦେଇ ନ ଥାଏ।

ମକା ମଞ୍ଜିକୁ ସିଝାଇ ଏହାର ପାଣି ମିଶ୍ରି ସହ ମିଶାଇ ପିଇଲେ ପରିସ୍ରା ଜଳାପୋଡାରୁ ମୁକ୍ତି ମିଳିଥାଏ। ଏହି ସିଝା ମକାକୁ ମଧ୍ୟ ଖାଇଲେ କିଡ୍‌ନୀ ଷ୍ଟୋନ ହେବାର ଆଶଙ୍କା ନ ଥାଏ।

ruti

ଯଦି ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ କମି ଯାଇଥାଏ ସେମାନଙ୍କଠାରେ ଏନିମିଆ ଲକ୍ଷଣ ଦେଖାଦିଏ। ଏହାଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଉପୁଜିଥାଏ। ମକାରେ ଥିବା ଜିଙ୍କ, ଆଇରନ ଓ ବିଟାକ୍ୟାରୋଟିନ୍‌ ଶରୀରରେ ଲୋହିତ ରକ୍ତ କଣିକା ସୃଷ୍ଟି କରିଥାଏ।

ଆଇରନ ଓ ମାଗ୍ନେସିୟମରେ ଭରପୁର ଥିବା ମକା ଖାଇଲେ ବୋନ୍‌ ଡେନ୍‌ସିଟି ବଢିଥାଏ ବା ହାଡ ମଜଭୁତ ହୋଇଥାଏ। ମକାରେ ରହିଛି ଜିଙ୍କ ଓ ଫସଫରସ୍‌। ଏହା ଅଷ୍ଟିଓ ପୋରୋସିସ୍‌ , ଆଥର୍‌ରାଇଟିସ୍‌ ଆଦି ରୋଗରୁ ଉପଶମ ଦେଇଥାଏ।

ପଢନ୍ତୁ; ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ୍‌ ଦର

Related posts

ବାତ୍ୟା ପୂର୍ବରୁ ଓ ପରେ ଜାଣନ୍ତୁ କଣ କରିବା ଉଚିତ

Ratnamani Moharana

ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ

ENO Beuro

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

ENO Beuro

Leave a Comment