• Home
  • LIFESTYLE
  • ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ
LIFESTYLE

ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

ସୃଷ୍ଟିର ପ୍ରତ୍ୟେକ ମଣିଷ କିଛି ନା କିଛି ଉଦ୍ଦେଶ୍ୟ ନେଇ ଜନ୍ମ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିର କିଛି ଲକ୍ଷ୍ୟ ରହିଥାଏ ଯାହାକୁ ପୂରଣ କରିବାକୁ ଯାଇ ମଣିଷ ଖୁବ ସଂଘର୍ଷ କରିଥାଏ । ଏହି ସଂଘର୍ଷ ମଧ୍ୟରେ କେହି ଜିତିଯାଏ ତ କିଏ ଦୁର୍ବଳ ହୃଦୟ ପାଇଁ ଭାଙ୍ଗିପଡେ । ସବୁ ସମୟ ଭିତରେ ବି ମଣିଷ ନିଜକୁ ଖୁସି ରଖିବା ନିହାତି ଦରକାର ।  ନିଜକୁ ଖୁସି ଓ ସଫଳ କରିବାପାଇଁ କେତୋଟି କଥାକୁ ଧ୍ୟାନ ରଖିବାକୁ ପଡେ । ନିମ୍ନଲିଖିତ ୧୦ଟି ଅକାଟ୍ୟ ଉପାୟ ରେ ଆପଣ କଠିନ ସମୟରେ ମଧ୍ୟ ନିଜକୁ ଖୁସି ଦେଇପାରିବେ :-

୧ ॰ ପ୍ରତ୍ୟେକ ଲୋକ ସହିତ ସ୍ନେହ ଓ ଆଦରପୂର୍ଣ ବ୍ୟବହାର କରନ୍ତୁ । ସେ ଯେମିତି ବି ହଉ ନା କାହିଁକି , ତାକୁ ସମ୍ମାନ ଦିଅନ୍ତୁ ।

୨ ॰ ସବୁ ପରିସ୍ଥିତି କୁ ଅନୁକୂଳ କରିବା ବୃଥା ଚେଷ୍ଟା କରନ୍ତୁ ନାହିଁ । କାରଣ ପରିସ୍ଥିତିକୁ ସୁଧାରିବା ପାଇଁ ବହୁତ କିଛି ବରବାଦ ହୋଇଯାଏ ।

୩ ॰ ନିଜ ପାଇଁ ସମୟ ବାହାର କରନ୍ତୁ । ନିଜ ଆବଶ୍ୟକତା କୁ ମଧ୍ୟ ପ୍ରାଧାନ୍ୟ ଦେବା ଉଚ୍ଚିତ

୪ ॰  ପରିବାରରେ ପରିସ୍ଥିତି ଯେମିତି ବି ହଉ ମଜାରେ ରୁହନ୍ତୁ । ଭବିଷ୍ୟତ ପାଇଁ ବେଶୀ ଚିନ୍ତିତ ହୁଅନ୍ତୁ ନାହିଁ , କାରଣ ଭବିଷ୍ୟତକୁ କେହି ଦେଖିନାହାନ୍ତି

୫ ॰  ସବୁବେଳେ ଚିନ୍ତା କରନ୍ତୁ ଆପଣ ଏହି ମୂହୁର୍ତ୍ତରେ କେତେ ଖୁସି ଅଛନ୍ତି । ସବୁବେଳେ ଭାବନ୍ତୁ ଆପଣ କେତେ ଭାଗ୍ୟଶାଳୀ ।

୬ ॰  ଯେଉଁଠି ଦରକାର ସେଠାରେ ଭଲରେ କଥା ହୁଅନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଶିଖାନ୍ତୁ । ଏହା ଫଳରେ ଆପଣ ଭିତରୁ ସୁଖକୁ ଅନୁଭବ କରି ପାରିବେ ।

୭ ॰  ସର୍ବପ୍ରଥମେ ନିଜ ଉପରେ ହିଁ ସନ୍ଦେହ କରନ୍ତୁ । ପରେ ଯାଇ ନିଜ ବିଶ୍ଵାସ ଉପରେ ସନ୍ଦେହ କରିବା କଥା ଭାବିବେ ।

୮ ॰  ଯେଉଁ କଥା ଭୁଲ ହେଇପାରେ କିମ୍ବା ତାର ଆଶଙ୍କା ଆପଣଙ୍କୁ ଭୟଭୀତ କରୁଥାଏ । ସେ କଥା କୁ ଅଧିକ ଗୁରୁତ୍ଵ ଦିଅ ନାହିଁ ।

୯ ॰  ଯେଉଁ ସ୍ଥାନରେ ନକରାତ୍ମକ ଚିନ୍ତାଶୀଳ ଲୋକ ରୁହନ୍ତି ସେଠାରୁ ନିଜକୁ ଦୂରେଇ ରଖିବା ଉଚ୍ଚିତ ।

୧୦ ॰  ଅନ୍ୟମାନଙ୍କ ହାବ ଭାବକୁ ଧ୍ୟାନ ଦିଅନ୍ତୁ । କାରଣ କିଛି ଲୋକ କୁହନ୍ତିନି ଯେ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି , ଧ୍ୟାନ ଦେଲେ ଆପଣ ନିଜେ ସତର୍କ ହୋଇପାରିବେ ।

ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ  ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

ପଢନ୍ତୁ, ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ

Related posts

ଆସନ୍ତୁ ଜାଣିବା ମହିଳାମାନେ କେଉଁ ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ସ୍ଵାମୀ ଆକର୍ଷିତ ହେବା ସହ ସୌଭାଗ୍ୟର ଅଧିକାରୀ ହୋଇଥାନ୍ତି?

Krishna Kumar Manoj

ଘରୋଇ ଉପାୟରେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ଆପଣନ୍ତୁ ଏହି ସବୁ ଉପାୟ !

Krishna Kumar Manoj

ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More