Recipes & Food

ଆସନ୍ତୁ ଘରେ ପ୍ରସ୍ତୁତ କରିବା ବନ୍ଧା କୋବି ସନ୍ତୁଳା

bandhakobi santula

ଶୀତ ଦିନେ ବହୁ ସହଜରେ ମିଳୁଥିବା ପରିବା ମଧ୍ୟରେ କୋବି ଗୋଟିଏ।  କୋବି ତରକାରୀ ତ ଆପଣ ଖାଇଥିବେ କେବେ କୋବି ସଂତୁଳା ଖାଇଛନ୍ତି କି ! ଯଦି ନା ଆସନ୍ତୁ ଜାଣିବା କୋବି ସନ୍ତୁଳାର ପ୍ରସ୍ତୁତି ସମ୍ପର୍କରେ….

ଅବଶ୍ୟକୀୟ ଉପକରଣ

ପତ୍ରକୋବି ୭୫୦ଗ୍ରାମ, ମୁଗଡାଲି ୭୫ ଗ୍ରାମ, ନଡିଆକୋରା, ଶୁଖିଲା ଲଙ୍କା, ରସୁଣ, ବିରିଡାଲି, ସୋରିଷ, ହଳଦୀ ଗୁଣ୍ଡ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବନ୍ଧାବୋକିକୁ ଧୋଇ ଛୋଟ ଛୋଟ କଟିଦେବେ। କରେଇରେ ତେଲ ପକେଇ ସେଥିରେ ମୁଗଡାଲିକୁ ପକାଇ ନାଲି ଆସିଲା ପର୍ଯ୍ୟନ୍ତ ଭାଜନ୍ତୁ। ଭଜା ମୁଗକୁ ଏକ ପତ୍ରକୁ କାଢି ରଖନ୍ତୁ। କରେଇରେ ପାଣି ଗରମ କରି ମୁଗ ଭଜାକୁ ସେଥିରେ ପକାନ୍ତୁ। ଯେତେବେଳେ ମୁଗ ସିଝିଯିବ ସେଥିରେ ପୂର୍ବରୁ କଟାଜାଇଥିବା କୋବି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ଅଳ୍ପ ଆଞ୍ଚରେ କିଛି ସମୟ ଘୋଡାଇ ଦିଅନ୍ତୁ। ଯେପରି ମୁଗ କୋବି ସିଝିଯିବ। ଅନ୍ୟ ଏକ କରେଇରେ ତେଲ ଗରମ କରି ସେଥିରେ ରସୁଣକୁ ଭଲ ଭାବେ ଭାଜି ଦିଅନ୍ତୁ। ସେଥିରେ ସୋରିଷ, ଶୁଖିଲା ଲଙ୍କା ଓ ବିରିଡାଲି ପକାଇ ଭାଜନ୍ତୁ। ଏଥିରେ ସିଝା କୋବି ଓ ମୁଗକୁ ଢାଳି ୧ ମିନିଟ ଘୋଡାଇ ରଖନ୍ତୁ। ଶେଷରେ ଏହାକୁ ପତ୍ରକୁ କାଢି ନଡିଆକୋରା ପକେଇ ଗରମ ଗରମ ପରସି ଦିଅନ୍ତୁ ବନ୍ଧା କୋବି ସନ୍ତୁଳା।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଦହି ମକେଇ”

Related posts

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କସ୍ତୁରୀ କବାବ୍’

ENO Beuro

ପ୍ରସ୍ତୁତ କରନ୍ତୁ ଲାଉ ଚଣା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment