News

ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ପାଇଁ ରୋଡ ସୋ

naveen

ଦେଶ ବିଦେଶର ପୁଞ୍ଜି ନିବେଶକରୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ ପାଇଁ ରୋଡ୍‌ ସୋ’ କରିବା ପରେ ଚୀନରେ ଆଉ ଏକ ରୋଡ ସୋ’ ଆୟୋଜନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

naveen

ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶାର ଏକ ଟିମ ଚୀନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ୬ କିମ୍ବା ୭ ଜଣଙ୍କୁ ନେଇ ଗଠିତ ଏକ ଟିମ ଚୀନ ଗସ୍ତ କରିବ । ଚୀନ ଫୁଜିଆନ ପ୍ରୋଭିନ୍ସ ପ୍ରତିନିଧିଙ୍କ ଓଡ଼ିଶା ଗସ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଚୀନ ଫୁଜିଆନ ପ୍ରୋଭିନ୍ସ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ,କିଛିଦିନ ତଳେ ମୁମ୍ବାଇରେ ହାଇଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହାସହ ରୋଡ୍‌ ସୋ’ରେ ମଧ୍ୟ ଭାଗ ନେଇଥିଲେ ମୁଖ୍ୟମନ୍ତ୍ରୀ

ପଢନ୍ତୁ;ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

Related posts

କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ

Ratnamani Moharana

ନିପା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

ENO Beuro

ସଡ଼କ ନିରାପତ୍ତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ଅକ୍ଷୟ କୁମାର

ENO Beuro

Leave a Comment