SPORTS

ସୋସିଆଲ ମିଡିଆରେ ଦ୍ରାବିଡ଼ଙ୍କ ପ୍ରଂଶସା : ରାହୁଲଙ୍କୁ କରାଯାଉ ଦେଶର ପ୍ରଧାନମନ୍ତ୍ରୀ

ମୋଦୀଙ୍କ ପରେ ରାହୁଲଙ୍କୁ କରାଯାଉ ଦେଶର ପ୍ରଧାନମନ୍ତ୍ରୀ

୧୯ ବର୍ଷରୁ କମ ଭାରତୀୟ କ୍ରିକେଟ୍ ଦଳ ନିକଟରେ ଚତୁର୍ଥ ଥର ବିଶ୍ଵ କପ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ବସିସିଆଇ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୩୦ ଲକ୍ଷ ଟଙ୍କା, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫୦ ଲକ୍ଷ ଟଙ୍କା ଏବଂ କୋଚିଂ ଷ୍ଟାଫଙ୍କୁ ୨୦-୨୦ ଲକ୍ଷ ଟଙ୍କା ପୁରସ୍କାର ଭାବେ ଦେବାକୁ ଘୋଷଣା କରିଥିଲା।

ରାହୁଲ ଦ୍ରାବିଡ଼ ବୋର୍ଡକୁ ଅନୁରୋଧ କରି କହିଛନ୍ତି ଯେ,ଏହି ବିଜୟରେ ମୋର ଯେତିକି ଭୂମିକା ରହିଛି ସେତିକି ଭୂମିକା ସପୋର୍ଟ ଷ୍ଟାଫଙ୍କର ରହିଛି। ତେଣୁ ସମସ୍ତଙ୍କ ବରାବର ଟଙ୍କା ମିଳିବା ଉଚିତ୍। ସେ ଏହା ମଧ୍ୟ କହିଥିଲେ ଯେ ଯଦି ଜରୁରୀ ପଡେ ତେବେ ମୋ ଟଙ୍କାକୁ କାଟି ଦେଇ ସମସ୍ତଙ୍କୁ ବରାବର ଟଙ୍କା ଦିଆଯାଉ।

ଦ୍ରାବିଡ଼ଙ୍କ ଏହି କଥା ସମସ୍ତଙ୍କ ହୃଦୟ ଜିତି ନେଇଛି ଏବଂ ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଂଶସା କରାଯାଇଛି। ରାହୁଲଙ୍କ ଏହି ଅପିଲ ପରେ ବିସିସିଆଇ ଦ୍ରାବିଡ଼ଙ୍କ ସହିତ ସପୋର୍ଟ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛି।

ସଙ୍ଗୀତ ନିର୍ଦ୍ଦେଶକ ବିଶାଳ ଦଦଲାନୀ ଟ୍ଵିଟ୍ କରି କହିଛନ୍ତି ଯେ, କଣ ଆମେ ଦ୍ରାବିଡ଼ଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରି ପାରିବା। ମୁଁ ଜାଣୁଛି ଯେ ଏହି କଥା କିଛି ଲୋକଙ୍କୁ ମୂର୍ଖତା ପରି ଲାଗିବ ମାତ୍ର ଭାରତକୁ ଏହି ଧରଣର ବ୍ୟକ୍ତିଙ୍କ ଆବଶ୍ୟକ ରହିଛି। ଦଦଲାନୀଙ୍କ ବ୍ୟତୀତ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ଦ୍ରାବିଡଙ୍କୁ ବହୁତ ପ୍ରଶଂସା କରିଛନ୍ତି।

ପଢନ୍ତୁ;ଆପଣଙ୍କୁ ଜଣାଇବୁ ଟୁଥପେଷ୍ଟର କିଛି ଏଭଳି ବ୍ୟବହାର ସଂପର୍କରେ ,ଯାହା ଆପଣଙ୍କ କାମରେ ନିଶ୍ଟୟ ଆସିବ !

Related posts

ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ନାଟକୀୟ ବିଜୟ

Ratnamani Moharana

ଅଫିସିଆଲ ସଙ୍ଗୀତ ଭିଡିଓରେ ଶାହରୁଖ୍‍ଙ୍କୁ ଶିଖାଇଲେ ରେହମାନ

ENO Beuro

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ : ଷ୍ଟିଭ ସ୍ମିଥଙ୍କ ସ୍ଥାନ ନେଲେ ଆଜିଙ୍କ୍ୟ ରାହାଣେ

ENO Beuro

1 comment

Leave a Comment