Entertainment

ବ୍ୟୟବହୁଳ ସିନେମା ‘ରାମାୟଣ’ ଆରମ୍ଭ ହେବ, ଏହାର ବଜେଟ୍‌ ୫୦୦ କୋଟି

୫୦୦ କୋଟି ଟଙ୍କାରେ ତିଆରି ହେବ ‘ରାମାୟଣ’ ଫିଲ୍ମ

ଭାରତ ଇତିହାସର ସବୁଠାରୁ ବ୍ୟୟବହୁଳ ସିନେମା ‘ରାମାୟଣ’ ଆରମ୍ଭ ହେବାକୁ ଯାଉଛି । ସୂଚନା ଅନୁସାରେ ଏହାର ବଜେଟ୍‌ ହେଲା ୫୦୦ କୋଟି । ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ରାମାୟଣକୁ ଏବେ ପୁଣିଥରେ ଚିତ୍ର ରୂପ ଦିଆଯିବାର ପ୍ରୟାସ ଆରମ୍ଭ ହୋଇଛି ।

ଏହି ଚଳଚ୍ଚିତ୍ରର ନିର୍ମାଣ ଲାଗି ଉତ୍ତର ପ୍ରଦେଶ ସରକାର ଏବଂ ଏକ ପ୍ରଯୋଜକମଣ୍ଡଳୀଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଉତ୍ତର ପ୍ରଦେଶ ସରକାରଙ୍କ ସୂଚନା ବିଭାଗର ମୁଖ୍ୟ ସଚିବ ତଥା ଫିଲ୍ମ ବନ୍ଧୁର ଅଧ୍ୟକ୍ଷ ଅବନିଶ କୁମାର ଅଓ୍ଵସ୍ଥି ଏସଂପର୍କରେ ସୂଚନା ଦେଇଛନ୍ତି ।

ଏହି ସିନେମାକୁ  ନିର୍ମାଣ କରୁଛନ୍ତି ଜଣାଶୁଣା ନିର୍ମାତା ମଧୁ ମଣ୍ଟେନା ,ଆଲୁ ଅରବିନ୍ଦ ଏବଂ ନମିତ ମାଲହୋତ୍ରା । ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ନିର୍ମାତା ମଧୁ ମଣ୍ଟେନା କହିଛନ୍ତି ଯେ ଆନନ୍ଦ ପାଇଙ୍କ ଅମର ଚିତ୍ରକଥା ପଢ଼ିବାପରେ ରାମାୟଣ ଉପରେ ସିନେମା ତିଆରି କରିବାଲାଗି ଚିନ୍ତା କରିଲେ । ଏହାର ସୁଟିଂ ଉତ୍ତର ପ୍ରଦେଶରେ କରାଯିବ ବୋଲି ସେ କହିଛନ୍ତି ।

ପଢନ୍ତୁ ;

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ଲିଙ୍କ କେମିତି କରିବେ ଜାଣନ୍ତୁ

Related posts

କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟ ନାରାୟଣ ଗିରଫ

ENO Beuro

‘ଦବଙ୍ଗ ୩’ରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ଏହି ହିରୋଇନ

ENO Beuro

ଖୁବ ଶିଘ୍ର ଦେଖିବାକୁ ମିଳିବ ମୋଦିଙ୍କ ବାୟୋପିକ, ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା

ENO Beuro

Leave a Comment