Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ସୁସ୍ଵାଦୁ ମଲାଇ କୋବି

ମଲାଇ କୋବି ରେସିପି

ବିନା ମସଲାରେ କେବେ କୋବିର କୌଣସି ରେସିପି ବନେଇଛନ୍ତି କି?ଆମେ ଆଜି ଆପଣଙ୍କୁ କୋବିର ଏକ ଏମିତି ରେସିପି ବିଷୟରେ ଜଣେଇବୁ ଯାହା ବିନା ମସଲାରେ ପ୍ରସ୍ତୁତ ହୋଇଥାଏ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି କେମିତି ହୁଏ।

ଆବଶ୍ୟକ ସାମଗ୍ରୀ:-

୨ଟି ବଡ ଫୁଲକୋବି,ମଲାଇ ୧ କପ,୨ ଚାମଚ ତେଲ,୨ଚାମଚ ଅଦା-ରସୁଣ ବଟା,୨ଟି କଟା ଟମାଟ(କଟା),ଛୋଟ ଗୋଟିଏ କଞ୍ଚାଲଙ୍କା,୧ଚାମଚ ଜୀରା ,୧ଟି ପିଆଜ(କଟା),୧କପ ଗ୍ରୀନ ମଟର ,ଧନିଆ ପତ୍ର(କଟା),ସ୍ଵାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ପାନ ଗରମ କରି ଦୁଇ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଜୀରା ପକାଇ ଫୁଟାନ୍ତୁ।ଏହାପରେ କଟା ପିଆଜ ପକାଇ ଭାଜନ୍ତୁ । ଏହାପରେ ଏଥିରେ ଅଦା-ରସୁଣ ବଟା ପକାନ୍ତୁ। ଏହା କଷି ହେବା ପରେ ଗ୍ରୀନ ମଟର ପକାଇ ଦଶ ମିନିଟ ପାଇଁ ଭାଜନ୍ତୁ । ମଟର ସିଝି ଯିବାପରେ ଏଥିରେ କୋବି ପକାଇ ଦିଅନ୍ତୁ । କୋବିରୁ ପାଣି ଛାଡି ଯିବା ପରେ ଲୁଣ ଏବଂ ତାପରେ ଟମାଟ ପକାଇ ଭାଜନ୍ତୁ। ଏବେ ଏଥିରେ ଏକ କପ ମଲାଇ  ପକାନ୍ତୁ । ଦଶ ମିନିଟ ପରେ  ଏଥିରେ କଟା ଧନିଆପତ୍ର  ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଗରମ ଗରମ ମଲାଇ କୋବି । ଏବେ ଗରମ ଗରମ ରୁଟି ସହ ଏହାର ମଜା ନିଅନ୍ତୁ।

Related posts

ଆସନ୍ତୁ ଜାଣିବା, ଚଣା ଚିଲ୍ଲୀ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ବନ୍ଧରେ

ENO Beuro

ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ ‘ହଂକଂ ଫିଶ୍’

Ratnamani Moharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଦହି ଚିଙ୍ଗୁଡ଼ି’ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment