News

ଚିଲିକାରେ ବିଦେଶୀ ଜାହାଜ ଲାଗିବା ଘଟଣା, କର୍ତ୍ତୃପକ୍ଷ ଏବଂ କମିଶନରଙ୍କ ମନ୍ତବ୍ୟରେ ନାହିଁ ତାଳମେଳ

Malaysian Ship Tung Jin Hwa

ଦିଗହରା ହୋଇ ଏକ ମାଲବାହୀ ଜାହାଜ ପାଖାପାଖି 9 ଦିନ ହେଲା ଚିଲିକା କୂଳରେ ରହିଛି । କିନ୍ତୁ ଏବେ ବଡ଼ ପ୍ରଶ୍ନ ଉଠୁଛି ଜାହାଜର ମରାମତି କାର୍ଯ୍ୟ ହେଉନଥିବା ବେଳେ ଏହା ଚିଲିକା  ପ୍ରତି ବିପଦ ସୃଷ୍ଟି କରିଛି । ଜାହାଜର ଟାଙ୍କିରେ ଏବେ 30 ହଜାର ଲିଟର ଡିଜେଲ ରହିଛି । ଯଦି ତେଲ ଟାଙ୍କି ଲିକ୍‌ ହୋଇଯାଏ ତେବେ ଏହା ବିପଦ ସୃଷ୍ଟି କରିବା ନିଶ୍ଚିତ । କିନ୍ତୁ ଏହି ଜାହାଜ ବିପଦ ସୃଷ୍ଟି କରିବ କି ନାହିଁ ତାହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଉନ୍ନୟନ କମିଶନରଙ୍କ ମନ୍ତବ୍ୟରେ ତାଳମେଳ ରହୁନି ।

ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି । ପୁରୀ ଜିଲ୍ଲାପାଳ ଏହା ଉପରେ ନଜର ରଖିଛନ୍ତି । ଜାହାଜରୁ ତେଲ ଲିକ୍‌ ହେବାର ସମ୍ଭାବନା କମ୍‌ । ଆମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍‌ ଅନୁସାରେ କାମ କରୁଛୁ ବୋଲି କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ସୁଶାନ୍ତ ନନ୍ଦ

କିନ୍ତୁ ଏନେଇ ଚିଲିକା ଉନ୍ନୟନ କମିଶନର କିଛି ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଯେଉଁ ଜାହାଜ ଆସି ଲାଗିଛି ସେଥିରେ ପ୍ରାୟ 30,000 ଲିଟର ତେଲ ରହିଛି । କୋଷ୍ଟଗାର୍ଡ ପକ୍ଷରୁ ତାଙ୍କୁ ସୂଚିତ କରାଯାଇଛି ଯେ, ଯଥାଶୀଘ୍ର ସେଠାରୁ ହଟାଇବା ପାଇଁ । ନଚେତ ସେଥିରୁ ତେଲ ଲିକ୍‌ ହେଲେ ବହୁତ ବଡ଼ ଅସୁବିଧା ହୋଇପାରେ । ଆମେ ସମସ୍ତଙ୍କୁ ଜଣାଇଛୁ ଖୁବଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ।ଅନ୍ୟପଟେ କୋଷ୍ଟଗାର୍ଡ ପକ୍ଷରୁ ଦିଆଯାଇଥିବା ଚିଠି ଚିନ୍ତା ବଢାଇଛି । ଜାହାଜରେ 30 ହଜାର ଲିଟର ଡିଜେଲ ରହିଛି । ତେଲ ଲିକ୍‌ ହେବାର ଆଶଙ୍କା ରହିଛି ବୋଲି ଚିଠି ଲେଖିଥିଲା କୋଷ୍ଟଗାର୍ଡ

ତେବେ ଜାହାଜରୁ ତେଲ ଲିକ୍‌ ହେବ କି ନାହିଁ ତାହା ସମୟ କହିବ କିନ୍ତୁ ଆଗାମୀ ବିପଦକୁ ଏଡ଼ାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏମିତି ଉଦାସୀନତା ଦେଖାଇବା ଠିକ୍‌ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

ଓମଫେଡ ଜରି ଓ ପ୍ଲାଷ୍ଟିକ ପାଣି ବୋତଲ ଫେରାଇଲେ ମିଳିବ ଅର୍ଥ

ENO Beuro

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

ENO Beuro

ସରକାରୀ ଚାକିରି ପାଇଁ ଲାଞ୍ଚ ? ଘଟଣା କ’ଣ ନଜର ପକାନ୍ତୁ

ENO Beuro