EnewsOdia.Com

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

ଦିଦି ଦୌଡିଲେ ୧୦ କିମି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାର୍ଜିଲିଂରେ ଦୌଡିଛନ୍ତି ୧୦ କିମି । ଦାର୍ଜିଲିଂ ଜିଲ୍ଲାର କରୁରସେଙ୍ଗରୁ ମହାନଦୀ ଯାଏଁ ଦିଦି ଦୌଡିଥିଲେ । ସାଥୀରେ ଥିଲେ ଅମଲା, ପୋଲିସ ଅଧିକାରୀଙ୍କ ସହ ଟିଏମସି କର୍ମୀ ଓ ଜନସାଧାରଣ । ଇଂଟରନାସନାଲ୍ ଡେ ଅଫ୍ କ୍ଲାଇମେଟ ଆକ୍ସନ ଅବସରରେ ମମତା ଜନସାଧାରଣଙ୍କୁ ପରିବେଶ ସୁରକ୍ଷାର ବାର୍ତା ଦେବାକୁ ଉଦ୍ୟମ କରିଥିଲେ ।

ଏହି କ୍ରମରେ ୧୦ କିମି ଜଗିଂ କରିଥିଲେ । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ, ତାପୁଣି ମହିଳା ମୁଖ୍ୟମନ୍ତ୍ରୀ ଏତେ ବାଟ ଜଗିଂ କରିବା ଏବେ ଚର୍ଚାର ବିଷୟ ହୋଇଛି । ବିଭିନ୍ନ ସମୟରେ କେନ୍ଦ୍ର ବିରୋଧୀ ବୟାନ୍ ଦେଇ ଦିଦି ଚର୍ଚାରେ ରହିଥାନ୍ତି ।

ତେବେ ଏବେ ଦିଦିଙ୍କ ୧୦ କିମିର ଜଗିଂ ସାରା ଦେଶରେ ଚର୍ଚାର ବିଷୟ ହୋଇଛି । ଅନ୍ୟପଟେ ଦେଖିବାକୁ ଗଲେ ରାଜନୈତିକ ଜୀବନ ଭିତରେ ମମତା କେତେ ଫିଟ୍ ଅଛନ୍ତି ତାହା ମଧ୍ୟ ଏହି ୧୦ କିମିର ଜଗିଂ ରେ ସେ ପ୍ରମାଣ କରିଛନ୍ତି ।

ପଢନ୍ତୁ: ନୱାଜ ସରିଫଙ୍କୁ ମିଳିଲା ଜାମିନ

ସମ୍ବନ୍ଧିତ ଖବର

ବ୍ରିଟେନ ମନ୍ତ୍ରୀ ମଣ୍ଡଳରେ ଭାରତୀୟ ମହିଳା

Ratnamani Maharana

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

Ratnamani Maharana

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana

ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ

Ratnamani Maharana