EnewsOdia.Com

ଭାରତବାସୀଙ୍କ ସୁଖସମୃଦ୍ଧି କାମନା କରି ମହାପ୍ରଭୁଙ୍କ ଦର୍ଶନ କଲେ ମମତା

ଓଡିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମମତା କାଲି ଅପରାହ୍ଣ ୪ଟା ବେଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣ ୪ଟା ୪୦ରେ ମନ୍ଦିରରୁ ବାହାରିଥିଲେ। ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମମତା ସିଂହଦ୍ବାରରେ ସମସ୍ତଙ୍କ ଶୁଭମନାସୀ ଦୀପ ଜାଳିଥିଲେ। ଆସିଲା ବେଳେ ପତିତପାବନ ବାନା ନେଇ ଫେରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପରେ ମମତା କହିଛନ୍ତି “ମୁଁ ଜଗନ୍ନାଥଙ୍କର ପରମ ଭକ୍ତ, ମୋ ଘରେ ବି ଜଗନ୍ନାଥଙ୍କୁ ପୂଜା କରେ। ସମସ୍ତ ମନୁଷ୍ୟ ଜାତି ଶାନ୍ତିରେ ରହିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ସାରା ଭାରତବାସୀ ଆମେ ସମସ୍ତେ ଭାଇ ଭାଇ ଭଳି ରହିବା।” ସେହିପରି CAAକୁ ନେଇ ଦିଲ୍ଲୀ ହିଂସାକାଣ୍ଡ ସଂପର୍କରେ ମମତା କହିଲେ, ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ।

ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଭୁବନେଶ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍‍ କାଉନ୍‍ସିଲ୍‍ ବୈଠକରେ ମଧ୍ୟ ସେ ଯୋଗଦେବେ ।

ପଢନ୍ତୁ: ଜାପାନୀ କ୍ରୁଜ୍‌ ଜାହାଜରୁ ୧୧୯ଜଣ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

ସମ୍ବନ୍ଧିତ ଖବର

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର

Ratnamani Maharana

ଶାହାଙ୍କ ପାଇଁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଭୋଜନ

Ratnamani Maharana

୫ ମାସରେ ୩୮ କୋଟିରୁ ଅଧିକ ଜୋରିମାନା ଆଦାୟ

Ratnamani Maharana

ନୂଆବର୍ଷକୁ ଧୋଇଦେବ ବର୍ଷା

Ratnamani Maharana

ଖୁବ ଶୀଘ୍ର ଉତ୍ତରାଖଣ୍ଡରେ ହୋଇପାରେ ବଡ ଧରଣର ଭୂମିକମ୍ପ!

Ratnamani Maharana