POLITICALS

ସି ବିଚ୍‌ରେ ଚାହା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ମମତା ବାନାର୍ଜୀ

Mamata Card Gfx 00000

ସି ବିଚ୍‌ରେ ଚାହା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ମମତା ବାନାର୍ଜୀ।  ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ପ୍ରଦର୍ଶନ ଦେଖି ମମତାଙ୍କ ଦଳରେ ଛନକା ପଶିଛି ।  କୁହାଯାଏ ପ୍ରଧାନମନ୍ତ୍ରୀ ମୋଦି ଚା’ ବିକ୍ରି କରି ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେଣୁ ମମତା ଦିଦି ବି ଏବେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କୁ ଅନୁସରଣ କରୁଛନ୍ତି । ଏମିତିକି ଏକ ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଦତ୍ତପୁର ଦିଘା ଅଞ୍ଚଳରେ ମମତା ସାଧାରଣ ଲୋକଙ୍କୁ  ଏକ ଦୋକାନରେ ଚା’ କରି ବିକ୍ରି କରୁଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇଦିନିଆ ଦୀଘା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଗତକାଲି ଦୀଘା ବେଳାଭୂମୀରେ ଦିଦି ଏକ ଚାହା ଦୋକାନରେ ସେ ନିଜେ ଚାହା ତିଆରି କରିଥିଲେ। ସେଠାରେ କିଛି କର୍ମଚାରୀ ଓ ଲୋକଙ୍କୁ ଚାହା ଦେଇଥିଲେ। ମମତାଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।ଦିଦି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାହା ବିକାଳି କହି ପରିହାସ କରୁଥିଲେ। ଗତକାଲି ଅପରାହ୍ନରେ ମୋଦିଙ୍କ ଷ୍ଟାଇଲରେ ଚାହା ଦୋକାନରେ ଚାହା ତିଆରି କରି ଲୋକଙ୍କୁ ଦେବା ପରେ ଦିଦି ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ଦିଦି ଚାହା ଦୋକାନରେ କୁନି କୁନି ପିଲାଙ୍କୁ ଗେଲ କରିବା ସହିତ କାଖେଇ ଥିଲେ।

Capture

ଏହାର ଏକ ଭିଡିଓ ମମତା ବାନାର୍ଜୀ ନିଜ ଟ୍ବିଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତିକି, ବେଳେବେଳେ ଜୀବନରେ ଛୋଟ ଛୋଟ ଖୁସୀ ଆମକୁ ବହୁତ ବଡ ଖୁସୀ ଦେଇଥାଏ । ଚା’ ପ୍ରସ୍ତୁତ କରିବା ଏବଂ ପରସିବା ସେହି ଖୁସୀ ମଧ୍ୟରୁ ଗୋଟିଏ । ଦୀଘାର ଦତ୍ତାପୁର ଗାଁର ଲୋକଙ୍କ ସହ କଥା ହୋଇ ମୋତେ ବହୁତ ଖୁସୀ ମିଳିଛି।

ପଢନ୍ତୁ: ଚିଲିକା ନିକଟ ସମୁଦ୍ରରେ ବୁଡି ବୁଡି ଯାଉଛି ମାଲେସିଆ ଜାହାଜ

Related posts

ବେଆଇନ ଦେଶାନ୍ତରୀଙ୍କୁ ଦେଶରୁ ବିତାଡ଼ିତ କରାଯିବ: ଅମିତ ଶାହ

Ratnamani Moharana

ନୂଆ ମୁହଁ କିନ୍ନର ମୀରାଙ୍କୁ ନବୀନଙ୍କ ଦଳରେ କଲେ ସ୍ଵାଗତ

Ratnamani Moharana

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ENO Beuro