POLITICALS

ପଶ୍ଚିମବଙ୍ଗର ବିକାଶରେ ମମତା ‘ସ୍ପିଡ୍‌-ବ୍ରେକର’: ନରେନ୍ଦ୍ର ମୋଦୀ

ସିଲିଗୁଡ଼ିରେ ପଶ୍ଚିମବଙ୍ଗର ବିକାଶରେ ମମତା ‘ସ୍ପିଡ୍‌-ବ୍ରେକର’ ବୋଲି କହିଲେ ମୋଦୀ

ନିର୍ବାଚନୀ ପ୍ରଚାର ଲାଗି ବୁଧବାର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ସଭାରେ ମୋଦୀ ମମତାଙ୍କ ଉପରେ ବର୍ଷିଛନ୍ତି। ଏନଡିଏ ସରକାର  ଦେଶର ଗରିବଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ସରକାର ରାଜ୍ୟର ୭୦ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ତେଣୁ ମୋଦୀ ମମତା ପଶ୍ଚିମବଙ୍ଗର ବିକାଶରେ ଜଣେ ‘ସ୍ପିଡ୍‌ ବ୍ରେକର’ ବୋଲି କହିଛନ୍ତି।

ବିକାଶରେ ବାଧକ ସାଜିଥିବା ମମତାଙ୍କୁ ରାଜ୍ୟବାସୀ ହଟାଇବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଛି। ମମତା ଗରିବଙ୍କ ପାଇଁ ଚିନ୍ତିତ ନୁହନ୍ତି। ସେ ଗରିବଙ୍କୁ ନେଇ ରାଜନୀତି କରୁଛନ୍ତି। ଦାରିଦ୍ର୍ୟ ଦୂରୀକରଣ ହୋଇଗଲେ ସେ ରାଜନୀତି  କିପରି କରିବେ ବୋଲି କହିଛନ୍ତି ମୋଦୀ। ଭାରତୀୟ ବାୟୁସେନା ବାଲାକୋଟରେ ଆକ୍ରମଣ କରି ଫେରିବା ପରେ ଇସଲାମାବାଦ ଏବଂ ରାୱଲପିଣ୍ଡି ଆଖିରୁ ଲୁହ ଗଡ଼ାଇବା କଥା। କିନ୍ତୁ ଦିଦିଙ୍କୁ ଏଠାରେ କଷ୍ଟ ହେଉଥିଲା। ସେ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିଲେ ବୋଲି କହିଛନ୍ତି। ତେବେ ସେ ଏଥର ନିର୍ବାଚନରେ ବିଜେପିକୁ ବହୁମତ ଦେଇ ପଶ୍ଚିମବଙ୍ଗର ବିକାଶରେ ଅଂଶ ହେବାକୁ କହିଛନ୍ତି।
ପଢନ୍ତୁ: ‘ରୋମିଓ’ ହେବ ଭାରତୀୟ ନୌସେନାର ଏକ ଅଂଶ

Related posts

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ

Jitendra

ପୂର୍ବ ରାଷ୍ଟ୍ରପତିଙ୍କୁ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ

Ratnamani Moharana

ବିଜେପୁର ଉପ ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ-ସ୍ମୃତି

ENO Beuro

Leave a Comment