ସଚିନ ତେନ୍ଦୁଲକରଙ୍କ ଝିଅ ସାରାକୁ ଫୋନରେ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୂର୍ବ ମେଦିନାପୁର ମହିଷାଡଲ ଅଞ୍ଚଳର ଉକ୍ତ ଯୁବକଙ୍କୁ ପୋଲିସ ହେଫାଜତରେ ରଖାଯାଇ ଘଟଣାର ତଦନ୍ତ କରାଯାଉଛି। ତେବେ ପ୍ରଶ୍ନ ଉଠୁଛି ସାରା ତେନ୍ଦୁଲକରଙ୍କ ଫୋନ୍ ନମ୍ବର ଅଭିଯୁକ୍ତଙ୍କ ପାଖରେ ଆସିଲା କେମିତି। ଏହାକୁ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଛି।
ଅଭିଯୁକ୍ତର ଘର ପଶ୍ଚିମବଙ୍ଗଳାର ପୂର୍ବ ମେଦିନାପୁର ଜିଲ୍ଲାର ମହିସାଦାଲ ଅଂଚଳରେ । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ବାରମ୍ବାର ବାରମ୍ବାର ଫୋନ କରି ସଚିନଙ୍କ ଝିଅ ସାରାକୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ଜିଦ ଧରିଥିଲା। ଅଭିଯୁକ୍ତ ଦେବକୁମାର ମୈତି ଦୁଇ ମାସ ପୂର୍ବରୁ ସାରାଙ୍କୁ ଫୋନ କରି ଅପରହରଣ କରିନେବା ପାଇଁ ଧମକ ଦେବା ସହ ଅଶ୍ଳୀଳ ଭାଷା ମଧ୍ୟ କହିଥିଲେ।
ଅଭିଯୋଗ ହୋଇଛି ଯେ ଦେବକୁମାର ସଚିନଙ୍କ ଘର ଲ୍ୟାଣ୍ଡ୍ଲାଇନ୍ ନମ୍ବରକୁ ଲଗାତର ୨୦ଟି ଫୋନ୍ କଲ୍ କରି ସାରାଙ୍କୁ ପ୍ରେମ କରନ୍ତି ବୋଲି କହିଥିଲେ।
ପୁଲିସ୍କୁ ଅଭିଯୁକ୍ତ ଜଣଙ୍କ କହିଛନ୍ତି ଯେ , ‘ମ୍ୟାଚ୍ ଚାଲିଥିବା ସମୟରେ ମୁଁ ସାରାଙ୍କୁ ପ୍ରଥମେ ଟିଭିରେ ଦେଖିଲି। ମୋର ତାଙ୍କ ପ୍ରତି ପ୍ରେମ ହୋଇଗଲା। ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ। ଯଦି ସେ ଭଲରେ ମୋତେ ବିବାହ ନକରନ୍ତି ତେବେ ମୁଁ ତାଙ୍କୁ ଅପହରଣ କରିବି।’
ମୁମ୍ବାଇ ପୋଲିସ ଟ୍ରାକ କରି ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
ଅଭିଯୁକ୍ତଙ୍କ ପରିବାର ଲୋକେ ମଧ୍ୟ କହିଛନ୍ତି ଯେ ସେ ଜଣେ ମାନସିକ ରୋଗୀ। ଏପରିକି ଘରେ ନିଜ ବାପାମାଆଙ୍କୁ ମଧ୍ୟ ସେ ନିର୍ଯାତନା ଦିଅନ୍ତି। ନିକଟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି। ଗତ ୮ ବର୍ଷ ହେବ ସେ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି।
ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ଘରୁ ତାଙ୍କର ଏକ ଡାଏରି ଜବତ କରିଛି। ସେହି ଡାଏରିରେ ସେ ସାରାଙ୍କୁ ନିଜ ପତ୍ନୀ ବୋଲି ଲେଖିଛନ୍ତି। ବାସ୍ତବରେ ସେ ଜଣେ ମାନସିକ ରୋଗୀ କି ନୁହଁନ୍ତି ତାହା ପୁଲିସ୍ ତଦନ୍ତ କରିବ। ତେବେ, ସେ ତେନ୍ଦୁଲକରଙ୍କ ଘର ନମ୍ବର କେମିତି ସଂଗ୍ରହ କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି ।
ପଢନ୍ତୁ ;