News

ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

Aa

ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍ ଗୁଜରାଟରୁ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ କାଳିଆ ବାରିକ  ଓରଫ ଦିପୁ। ତା’ ଘର ଗଞ୍ଜାମ ଜିଲ୍ଲା ଖଲିକୋଟର ବିକ୍ରମପୁରରେ।  ସେ କଟକ ରାଜାବଗିଚା ଅଞ୍ଚଳରେ ଏକ ଭଡ଼ାଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

Kalia
Kalia

ଗିରଫ ଅଭିଯୁକ୍ତ ଜଣକ ଅନୁଭବଙ୍କୁ ହ୍ୱାଟସ୍‌ଆପ୍‌ରେ ମେସେଜ ପଠାଇ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।ଯେଉଁ ଫୋନ୍‌ରୁ ସେ ଧମକ ଦେଇଥିଲେ, ତାକୁ ଜବତ କରାଯାଇଛି। ଏନେଇ ଗତ ୨୯ ତାରିଖରେ କଟକ ପୁରୀଘାଟ ଥାନାରେ ଅନୁଭବ ଏଫ୍ଆଇଆର ଦାଏର କରିଥିଲେ। ପୁଲିସ ଏକ ମାମଲା(କେସ୍‌ ନ˚ ୯୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତେବେ ମେ’ ୩ ତାରିଖରେ ପୁଣି ସମାନ ଧମକ ମିଳିଥିଲା। ମୋବାଇଲ୍‌ ସିଡିଆର‌୍‌ ଏବ˚ ଲୋକେସନ୍‌ ଯାଞ୍ଚ ପରେ ଉକ୍ତ ନମ୍ବରଟି କଟକରେ ଦିନ ମଜୁରିଆ କାମ କରୁଥିବା କାଳିଆ ବ୍ୟବହାର କରୁଥିବା ଜଣାପଡ଼ିଥିଲା।ଗିରଫ ପରେ କାଳିଆକୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପଢନ୍ତୁ: ନବୀନଙ୍କୁ ଏନଡିଏ ବିରୋଧୀ ବୈଠକରେ ନିମନ୍ତ୍ରଣ କଲେ ସୋନିଆ ଗାନ୍ଧି

Related posts

ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ENO Beuro

ମାଓବାଦୀଙ୍କ ଆକ୍ରମଣ :ମାଲକାନଗିରି–ଛତିଶଗଡ ସୀମାରେ ଜାଳିଦେଲେ ୩ଟି ବସ୍‌ ଓ ୩ଟି ଟ୍ରକ୍, ଜଣଙ୍କୁ ହତ୍ୟା

ENO Beuro

ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

ENO Beuro

Leave a Comment