News

ବିଏସପି ବଦଳରେ ବିଜେପିକୁ ଭୋଟ ଦେବାରୁ ନିଜ ଆଙ୍ଗୁଠି କାଟିଦେଲେ ସମର୍ଥକ

ଗତକାଲି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ମତଦାନ  ଚାଲିଥିବା ବେଳେ ଦଳିତ ଭୋଟର ପୱନ କୁମାର  ଅତି ଆଗ୍ରହର ସହ ଭୋଟ୍‌ ଦେବାକୁ ଯାଇଥିଲେ । ବିଏସ୍‌ପିର ଜଣେ ଦୃଢ ସମର୍ଥକ ହୋଇଥିବାରୁ ସେ ବିଏସ୍‌ପି-ଆର୍‌ଏଲ୍‌ଡି  ମେଣ୍ଟ ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ୍‌ ଦେଇଥାନ୍ତେ । ମତଦାନ ସମୟରେ ତରତରିଆ ଭାବେ ନିଜ ମନପସନ୍ଦର ନେତାଙ୍କ ଚିହ୍ନ ବଦଳରେ ଚିପିହୋଇଗଲା ବିଜେପି ର ପଦ୍ମ ଚିହ୍ନର ବଟନ । ଫଳରେ ତାଙ୍କ ଭୋଟଟି ଭୁଲବଶତଃ ବିଜେପି ଏମପି ତଥା ପ୍ରାର୍ଥୀ ଭୋଲା ସିଂହଙ୍କ ଖାତାକୁ ଚାଲିଯାଇଥିଲା। ଭୁଲରେ ସେ ଏଭଳି କରିଥିବାରୁ ନିଜକୁ ଦଣ୍ଡ  ଦେବା ଲାଗି​‌ ସେ ଇଭିଏମରେ ବଟନ ଚିପିଥିବା ଆଙ୍ଗୁଠିକୁ କାଟି ଦେଇଥିଲେ।

ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ଦୁଃଖ ପ୍ରକାଶ କରିଥିଲେ ଏହି ବ୍ୟକ୍ତି। ପୱନ କୁମାର ନିଜକୁ ବିଏସପିର ଏକ ଦୃଢ ସମର୍ଥକ ବୋଲି ଦାବି କରିଛନ୍ତି। ପୱନଙ୍କ ଘର ଶିକାରପୁର ଅଞ୍ଚଳର ଅବଦୁଲ୍ଲାପୁର ହୁଲସନ  ଗ୍ରାମରେ ବୋଲି ଜଣାପଡିଛି।
ପଢନ୍ତୁ: ଇସ୍ତଫା ଦେଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଅସଦ ଉମର

Related posts

ପ୍ରଶାସନ ପକ୍ଷରୁ ନୂତନ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ

ENO Beuro

ସୁପ୍ରିମ୍‌କୋର୍ଟ: ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ

ENO Beuro

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ENO Beuro

Leave a Comment