Entertainment

ଶ୍ରୀଦେବୀଙ୍କୁ ନିଜର ସ୍ତ୍ରୀ ବୋଲି ମନେ କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ଦେଲେ ଶ୍ରଦ୍ଧାଞ୍ଜଳି, ଲେଖିଥିଲେ ୩୦୦୦ ଚିଠି

ଭାରତୀୟ ସିନେମାର ଚାନ୍ଦିନୀ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା  ଦେଇଥିଲା । ଶ୍ରୀଦେବୀଙ୍କ ପ୍ରଶଂସକ ଭିନ୍ନ ଭିନ୍ନ ଭାବରେ ଶ୍ରଦ୍ଧାଞ୍ଜଳି ଦେଇଥିବାବେଳେ,ନିଜ ସ୍ତ୍ରୀ ବୋଲି ମନେକରି ଅବିବାହିତ ଥିବା ବ୍ୟକ୍ତି ଜଣଙ୍କ ଚାନ୍ଦନୀଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରି ଲଣ୍ଡା ହୋଇଥିବା ଜଣାପଡ଼ିଛି । ରବିବାର ଦିନ ମଧ୍ୟପ୍ରଦେଶର ଶିୟୋପୁରରେ ଥିବା ଦାଦୁନି ଗ୍ରାମର ଏକ ସ୍କୁଲରେ ଓମ୍‌ପ୍ରକାଶ ମେହରା ନାମକ ଜଣେ ବ୍ୟକ୍ତି ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଲଣ୍ଡା ହୋଇଥିଲେ ଏବଂ ତାଙ୍କ ଫଟୋରେ ଫୁଲହାର ଚଢ଼ାଇଥିଲେ।

ତାଙ୍କର ଶ୍ରୀଦେବୀଙ୍କ ପ୍ରତି ଅଧିକ ଭଲ ପାଇବା ବଢ଼ିଯିବା ସହ ସେ ଶ୍ରୀଦେବୀଙ୍କୁ ୩୦୦୦ ଚିଠି ମଧ୍ୟ ଲେଖିଥିଲେ ।

ଓମ୍‌ପ୍ରକାଶଙ୍କର ଶ୍ରୀଦେବୀଙ୍କ ପ୍ରତି ଏତେ ଭଲ ପାଇବା ଦେଖି ଥରେ ଶ୍ରୀଦେବୀ ତାଙ୍କୁ ମୁମ୍ବାଇ ମଧ୍ୟ ଡ଼ାକିଥିଲେ । କିନ୍ତୁ କୌଣସି କାମ ପାଇଁ ଓମ୍‌ପ୍ରକାଶ ମୁମ୍ବାଇ ଯାଇ ପାରି ନଥିଲେ । କିନ୍ତୁ ସେବେ ଠାରୁ ସେ ଶ୍ରୀଦେବୀଙ୍କୁ ନିଜ ସ୍ତ୍ରୀ ବୋଲି ମାନି ଆସୁଥିଲେ।

ସୂଚନାଯୋଗ୍ୟ,ସ୍କଲ ସମୟରୁ ସେ ଶ୍ରୀଦେବୀଙ୍କ ଫ୍ୟାନ୍‌ ଥିଲେ । ୨୦୦୨ରେ ଓମ୍‌ପ୍ରକାଶ ମେହେରା ନିଜର ଭୋଟର ଲିଷ୍ଟରେ ତାଙ୍କ ସ୍ତ୍ରୀଙ୍କ ନାମ ଶ୍ରୀଦେବୀ ଲେଖିଥିଲେ । ଗାଁ ଲୋକେ ଏହା ଦେଖି ସେ ଭୁଲ ହୋଇ ଯାଇଛି ବୋଲି ଭାବି ତାକୁ ଠିକ୍‌ କରିବାକୁ କହିଥିଲେ । କିନ୍ତୁ ଓମ୍‌ପ୍ରକାଶ ଶ୍ରୀଦେବୀଙ୍କୁ ତାଙ୍କ ସ୍ତ୍ରୀ ବୋଲି ମାନିବା ସହ ତାଙ୍କ ନା ଜାଣି ଶୁଣି ଲେଖିଥିବା ଗାଁ ଲୋକଙ୍କୁ ଜଣାଇଥିଲେ।

ପଢନ୍ତୁ;

ମସ୍ତିଷ୍କ ପାଇଁ ଖୁବ ଉପକାରୀ “ଆଚାର” ! ଆସନ୍ତୁ ଜାଣିବା ଏହା ଉପରେ ବିଶେଷଜ୍ଞଙ୍କ ମତ କଣ ରହିଛି ?

Related posts

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ENO Beuro

ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯

Ratnamani Moharana

ଫିଲ୍ମ ଫ୍ରାଇଡେ: ପରଦାକୁ ଆସିଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଫିଲ୍ମ

ENO Beuro

1 comment

Leave a Comment