News

ବାହୁଡାଯାତ୍ରା ବେଳେ ଅଘଟଣ: ରଥ ଚକା ତଳେ ଚାଲିଗଲା ଜୀବନ

ରବିବାରରେ କେନ୍ଦ୍ରପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ପୋଖରିଆପଡା ପତିତପାବନଜୀଉଙ୍କ ବାହୁଡାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରଥଚକା ତଳେ ପଡିଯିବାରୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅଳଭା ଗ୍ରାମର ନିରାକାର ଜେନା ବୋଲି ଜଣାପଡିଛି। ପୋଳିସ ଖବର ପାଇଁ ମୃତ ଦେହ ଜବତ କରିଛି।

ମୃତକଙ୍କ ପରିବାରକୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି ।ଅଘଟଣ ପରେ ରଥାରୂଢ଼ ଶୀଜିଉଙ୍କୁ ମହାସ୍ନାନ କରାଯାଇଛି । ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ;ମହାରାଷ୍ଟ୍ରରେ ଏକା ଲଢିବ ବିଜେପି

Related posts

ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

ENO Beuro

ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଫେରିବ କାଳିଆ ଟଙ୍କା

Ratnamani Moharana

ଗ୍ରୀସ୍ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ,୭୪ ମୃତ

ENO Beuro

Leave a Comment