26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ

ବର୍ଷେ କାଳ ଶୋଇ ରହି ପବଜୀ ଖେଳି ଶେଷରେ ନିଷ୍କ୍ରିୟତା ଓ ଅବସାଦର ଶିକାର ହୋଇ ପ୍ରାଣ ହରାଇଲେ ଯୁବକ

 ପୁଣି ଏକ ଜୀବନ ନେଇଛି ଅନଲାଇନ ଗେମ୍ ପବଜୀ। ବର୍ଷେ ପର୍ଯ୍ୟନ୍ତ କୌଣସି ଶାରୀରିକ କାମ ନ କରି ଘରେ ଶୋଇ ଶୋଇ ପବଜୀ ଖେଳୁଥିଲେ ଯୁବକ। ଯାହାଦ୍ବାରା ତାଙ୍କ ଶରୀରର ଅଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବା ସହ ହୃଦଘାତରେ ତାଙ୍କର ଜୀବନ ଚାଲିଯାଇଥିବା ଜଣା ପଡ଼ିଛି। ପ୍ରଥମେ ସେ କୋମାକୁ ଚାଲିଯିବା ପରେ ତାଙ୍କୁ ପୁଣେର ଓଜାସ୍ ମଲଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦୁଇଥର ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ସୂଚନାଯୋଗ୍ୟ,  ଛୋଟବେ‌ଳୁ ହର୍ଷଲ ନିଜ ମାତା-ପିତାଙ୍କୁ ହରାଇବା ପରେ ସେ ଓ ତାଙ୍କ ଭାଇ ମାମୁଁ-ମାଇଁଙ୍କ ପାଖରେ ରହୁଥିଲେ। ହର୍ଷଲ ପ୍ରଥମେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ ମଧ୍ୟ ବର୍ଷେ ପୂର୍ବରୁ ଚାକିରି ଛାଡ଼ି ଘରେ ବସିଥିଲେ। ଏହି ସମୟରେ ତାଙ୍କୁ ପବଜୀ ନିଶା ଧରିଥିଲା। ଦିନ ରାତି ଶୋଇ ରହି ସେ ପବଜୀ ଖେଳିବା ଆରମ୍ଭ କରିଥିଲେ। ଚାକିରି ନଥିବାରୁ ଅବସାଦଗ୍ରସ୍ତ ରହି ସେ ପବଜୀ ଖେଳିବା ଆରମ୍ଭ କରିଥିଲେ। ଖାଇବା-ପିଇବାରେ ମଧ୍ୟ ଠିକ୍‌ ଠିକଣା ରହୁ ନଥିବା ବେଳେ ହଠାତ୍ ଶନିବାର ସେ କୋମାକୁ ଚାଲି ଯାଇଥିଲେ। ତୁରନ୍ତ ତାଙ୍କୁ ଓଜାସ୍ ମଲଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ଡାକ୍ତର ବହୁ କଷ୍ଟରେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ବଞ୍ଚିବାର ଘଣ୍ଟାକ ପରେ ପୁଣି ଥରେ ହର୍ଷଲଙ୍କ ହୃଦଘାତ ହେବାରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ପଢନ୍ତୁ: ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Related posts

ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

Ratnamani Maharana

ନିର୍ଭୟା ଦୋଷୀଙ୍କ ସାଂଘାତିକ ଅଭିଯୋଗ, ଜେଲ୍‌ ଭିତରେ ମୁକେଶଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କରାଯାଇଥିଲା ବାଧ୍ୟ

Ratnamani Maharana

ବାପା, ମା’ଙ୍କ ବିରୋଧରେ କୋର୍ଟ ଗଲେ ଥାଲାପାଥି ବିଜୟ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More