News

ମୁକୁଳା ଡ୍ରେନ ନେଲା ଜୀବନ, ସ୍ତ୍ରୀଙ୍କ ସାମ୍ନାରେ ଭାସିଗଲେ ସ୍ଵାମୀ

ବିଏମ୍‌ସିର ଅବହେଳା ଯୋଗୁ ଖୋଲା ଡ୍ରେନ୍‌ରେ ପୁଣି ଆଉଜଣଙ୍କ ଜୀବନ ଯାଇଛି। ହଠାତ୍‌ ବର୍ଷା ହେବା ସହ ପାଣି ମାଡ଼ି ଆସିବାରୁ ଡ୍ରେନ୍‌ରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ,ଗଙ୍ଗନଗର ଅଂଚଳର ଜଣେ ବ୍ୟକ୍ତି ବର୍ଷା ସମୟରେ ଏକ ଡ୍ରେନରେ ଭାସି ଯାଇଥିଲେ। ଡ୍ରେନରେ ପାଣି ବୃଦ୍ଧି ପାଇବାରୁ ସେ ଆଉ ବାହାରି ପାରିନଥିଲେ। ତେବେ ଦମକଳ ବାହିନୀ ଘଟଣାସ୍ଥଳରରେ ପହଁଛି ତାଙ୍କ ମୃତଦେହ ଉଦ୍ଧାର କରିଛି।

ମୃତ ବ୍ୟକ୍ତି ଜଣକ ହେଲେ ୟୁନିଟ୍‌-୬ ପିଚୁ କୋଳି ବସ୍ତିର ହରିହର ପଟ୍ଟନାୟକ (୫୫)। ସେ ସ୍ଥାନୀୟ ଅଞ୍ଚଳରେ ଟ୍ୟୁଶନ କରି ପରିବାର ସହ ରହୁଥିଲେ। ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଏମ୍‌ସିର ଅଧାପନ୍ତରିଆ କାମ ଯୋଗୁ ହରିହରଙ୍କ ଜୀବନ ଗଲା। ତେଣୁ ବିଏମ୍‌ସି ତାଙ୍କ ପରିବାରକୁ କ୍ଷତି ପୂରଣ ଦେଉ ବୋଲି ଅଞ୍ଚଳବାସୀ ଦାବି କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।

drain ଡ୍ରେନ ମୁକୁଳା ଡ୍ରେନ ନେଲା ଜୀବନ, ସ୍ତ୍ରୀଙ୍କ ସାମ୍ନାରେ ଭାସିଗଲେ ସ୍ଵାମୀ drain

ସୂଚନାଅନୁଯାୟୀ,କିଛି ବର୍ଷ ତଳେ ନୟାପଲ୍ଲୀ ମମ୍‌ତାଜ୍‌ ହାଇସ୍କୁଲ ନିକଟରେ ୯ବର୍ଷର ଜଣେ ପିଲା ଟ୍ୟୁଶନରୁ ଫେରୁଥିବା ସମୟରେ ଡ୍ରେନ ପାଣିରେ ଭାସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାସତ୍ତ୍ୱେ ବିଏମ୍‌ସି ଅଧିକାରୀଙ୍କ ଚେତା ପଶୁନାହିଁ। ବିଭିନ୍ନ ସ୍ଥାନରେ ଖୋଲାପଡ଼ିଥିବା ବଡ଼ ବଡ଼ ଡ୍ରେନ୍‌ ବିପଦର ଆଁ ମେଲି ରହିଛି। ଏବେ ହରିହରଙ୍କ ଜୀବନ ଯିବା ପରେ ପ୍ରଶ୍ନ ଉଠୁଛି ଆଉ କେତୋଟି ଜୀବନ ଗଲେ ବିଏମ୍‌ସି ଅଧିକାରୀ ସତର୍କ ରହିବେ।

ପଢନ୍ତୁ;ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

Related posts

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ENO Beuro

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ENO Beuro

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More