• Home
  • News
  • ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !
News

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !

ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମ

ପାଇପ୍ ଭିତରେ ଫସି ଗଲେ ଜଣେ ଶ୍ରମିକ । କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ବ୍ୟକ୍ତି ଜଣଙ୍କ ହେଲେ ଦେଉଳ ସାହିର ପ୍ରାଣକୃଷ୍ଣ ଦଳେଇ ବୋଲି ଜଣାପଡିଛି ।

ସୂଚନା ଅନୁସାରେ , ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପମ୍ପିଂ ଷ୍ଟେସନ୍ କର୍ମଚାରୀ ଜଣକ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ । ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍‌ର କର୍ମଚାରୀ ପମ୍ପ୍ ଚାଲୁ କରିଦେବା ଫଳରେ ବ୍ୟକ୍ତି ଜଣକ ପାଣି ପ୍ରେସର୍‌ରେ ପାଇପ୍‌ରେ ୨୦-୨୫ ଫୁଟ୍ ଭିତରକୁ ପଶି ଯାଇଥିଲେ ।

ପାଇପ୍‌ର ଓସାର ପ୍ରାୟ ଅଢ଼େଇ ଫୁଟ୍ ହୋଇଥିବାରୁ ବ୍ୟକ୍ତି ଜଣକ ବାହାରି ପାରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ଶ୍ରମିକ ଜଣକୁ ଉଦ୍ଧାର କରାଯାଇ ପାରି ନାହିଁ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମର କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଅନବରତ ପ୍ରୟାସ ଜାରି ରଖିଛନ୍ତି ।  ତେବେ ପାଇପ୍ ଭିତରୁ ବ୍ୟକ୍ତ ଜଣକ କଥା ହେଉଥିବା ସୂଚନା ମିଳିଛି।  ପାଇପ୍ ଭିତରକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି  ପ୍ରାୟ ଅଢ଼େଇ ଘଣ୍ଟା ଧରି ପାଇପ୍ ଭିତରେ ବ୍ୟକ୍ତି ଜଣକ ଫସି ରହିଛନ୍ତି ।

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ ! odraf team

ପଢନ୍ତୁ ;

କାଳବୈଶାଖୀ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଶଙ୍କା

Related posts

ପାକିସ୍ତାନ ମତଦାନ ବେଳେ ହିଂସା:କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

Krishna Kumar Manoj

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

Krishna Kumar Manoj

କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More