ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମ
ପାଇପ୍ ଭିତରେ ଫସି ଗଲେ ଜଣେ ଶ୍ରମିକ । କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍ନାଲ୍ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ବ୍ୟକ୍ତି ଜଣଙ୍କ ହେଲେ ଦେଉଳ ସାହିର ପ୍ରାଣକୃଷ୍ଣ ଦଳେଇ ବୋଲି ଜଣାପଡିଛି ।
ସୂଚନା ଅନୁସାରେ , ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପମ୍ପିଂ ଷ୍ଟେସନ୍ କର୍ମଚାରୀ ଜଣକ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ । ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍ର କର୍ମଚାରୀ ପମ୍ପ୍ ଚାଲୁ କରିଦେବା ଫଳରେ ବ୍ୟକ୍ତି ଜଣକ ପାଣି ପ୍ରେସର୍ରେ ପାଇପ୍ରେ ୨୦-୨୫ ଫୁଟ୍ ଭିତରକୁ ପଶି ଯାଇଥିଲେ ।
ପାଇପ୍ର ଓସାର ପ୍ରାୟ ଅଢ଼େଇ ଫୁଟ୍ ହୋଇଥିବାରୁ ବ୍ୟକ୍ତି ଜଣକ ବାହାରି ପାରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ଶ୍ରମିକ ଜଣକୁ ଉଦ୍ଧାର କରାଯାଇ ପାରି ନାହିଁ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମର କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଅନବରତ ପ୍ରୟାସ ଜାରି ରଖିଛନ୍ତି । ତେବେ ପାଇପ୍ ଭିତରୁ ବ୍ୟକ୍ତ ଜଣକ କଥା ହେଉଥିବା ସୂଚନା ମିଳିଛି। ପାଇପ୍ ଭିତରକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି ପ୍ରାୟ ଅଢ଼େଇ ଘଣ୍ଟା ଧରି ପାଇପ୍ ଭିତରେ ବ୍ୟକ୍ତି ଜଣକ ଫସି ରହିଛନ୍ତି ।
ପଢନ୍ତୁ ;
କାଳବୈଶାଖୀ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଶଙ୍କା