News

ଏମଆରଆଇ ମେସିନରେ ଫସିବାରୁ ଯୁବକଙ୍କ ଦୁଃଖଦ ମୃତ୍ୟୁ

ମୃତ୍ୟୁର ଘର ପାଲଟିଲା ଏମଆରଆଇ ମେସିନ !

ହସ୍ପିଟାଲରେ ସର୍ବଦା ଅବହେଳାର ମାମଲା ଅନେକ ଥର ସାମ୍ନାକୁ ଆସିଛି। ଏହି କ୍ରମରେ ତାଜା ମାମଲା ମୁମ୍ବାଇର ନାୟର ହସ୍ପିଟାଲରୁ ଆସିଛି। ହସ୍ପିଟାଲରେ ନିଜର ମାଙ୍କ ଏମଆରଆଇ କରିବା ସମୟରେ ରାଜେଶ ମାରୁ ନାମକ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଆଣିଥିଲେ କିନ୍ତୁ ହସ୍ପିଟାଲରେ ଯେ ତାଙ୍କୁ କାଳଫାଶ ପକାଇ ଯମ ଜଗି ବସିଛି ସେକଥା ଜାଣି ନଥିଲେ ରାଜେଶ । ହସ୍ପିଟାଲରେ ମା’ ଭଲ ହେବେ କଣ ବରଂ ସବୁଦିନ ପାଇଁ ହରାଇଥିଲେ ବଢିଲା ପୁଅକୁ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ରାଜେଶଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଅକ୍ସିଜେନ୍ ସିଲିଣ୍ଡର ସହିତ ଏମଆରଆଇ ରୁମକୁ ପଠାଇ ଦେଇଥିଲ। ରୁମକୁ ଯିବା କ୍ଷଣି ରାଜେଶକୁ ଏମ୍ଆରଆଇ ମେସିନ୍ ଅକ୍ସିଜେନ୍ ସିଲିଣ୍ଡର ସମେତ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ରାଜେଶ ମାରୁଙ୍କୁ ଏମଆରଆଇ ରୁମରେ ପଠାଇଥିବା ବ୍ୟକ୍ତି ହସ୍ପିଟାଲର ଓ୍ଵାର୍ଡ ବୟ ଥିଲା। ରାଜେଶ ରୁମକୁ ଯିବାମାତ୍ରେ ଏମ୍ଆରଆଇ ମେସିନ୍ ତାଙ୍କୁ ଟାଣି ନେଇଥିଲା। ଫଳରେ ରାଜେଶ ହାତରେ ଧରିଥିବା ଅକ୍ସିଜେନ୍ ସିଲିଣ୍ଡର ଖୋଲି ଯାଇଥିଲା ଓ ଗ୍ୟାସ୍ ତାଙ୍କ ପେଟ ଭିତରକୁ ଚାଲି ଯାଇଥିଲା। ଗ୍ୟାସ ଶରୀର ଭିତରକୁ ଯିବା ଫଳରେ ତାଙ୍କ ଶରୀର ଫୁଲିବାକୁ ଲାଗିଥିଲା ଏବଂ ତାଙ୍କ ଆଖି ବାହାରକୁ ବାହାରି ଆସିଲା। ରାଜେଶ ବହୁତ କଷ୍ଟ ପାଇବା ପରେ କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ହସ୍ପିଟାଲ ପ୍ରଶାସନ ଏହି ମାମଲାର ଅନୁସନ୍ଧାନ କରି ଏହି ଘଟଣାରେ ସାମିଲ ଥିବା ଓ୍ଵାର୍ଡ ବୟକୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି। ଯିଏକି ରାଜେଶକୁ ଅକ୍ସିଜେନ୍ ସିଲିଣ୍ଡର ସହିତ ରୁମକୁ ପଠାଇଥିଲା। ମୁମ୍ବାଇ ପୁଲିସ ଏହି ଘଟଣାରେ ହସ୍ପିଟାଲ ଡାକ୍ତର, ଓ୍ଵାର୍ଡ ବୟ ଓ ଏକ ମହିଳା ଆଟେଣ୍ଡାଣ୍ଟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛି।

ଏଠାରେ କହି ରଖୁଛୁ ଯେ ଅକ୍ସିଜେନ ସିଲିଣ୍ଡର ସହିତ ରୁମକୁ ଯିବାକୁ ରାଜେଶ ପୂର୍ବରୁ ଓ୍ଵାର୍ଡ ବୟଙ୍କୁ ମନା ମଧ୍ୟ କରିଥିଲେ। ଏହି ଘଟଣା ପରେ ପରିବାର ଲୋକେ ହସ୍ପିଟାଲର ଅବହେଳା କାରଣରୁ ରାଜେଶଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି।

ଏମଆରଆଇ ମେସିନରେ ଫସିବାରୁ ଯୁବକଙ୍କ ଦୁଃଖଦ ମୃତ୍ୟୁ Rajesh Maru 1

ପଢନ୍ତୁ ;

କେମିତି କଟିବ ଆଜିର ଦିନ, ଆସନ୍ତୁ ଜାଣିବା

Related posts

ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ENO Beuro

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

ENO Beuro

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା:ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More