ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରୀୟ କାର୍ଯ୍ୟକ୍ରମ ‘ମନକି ବାତ୍’ ରେ ଦେଶବାସୀଙ୍କ ନିକଟରେ ନିଜର ବକ୍ତବ୍ୟ ରଖିଛନ୍ତି। ଦେଶବାସୀଙ୍କୁ ୨୬ ଜାନୁୟାରୀ ଗଣତନ୍ତ୍ର ପର୍ବର ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରିବା ସହ ୨୦୨୦ର ଏହା ପ୍ରଥମ ମନକି ବାତ୍ ମିଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି ଚଳିତବର୍ଷର ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦଶକର ମଧ୍ୟ ପ୍ରଥମ କାର୍ଯ୍ୟକ୍ରମ ବୋଲି ଦେଶବାସୀଙ୍କୁ କହିଛନ୍ତି।
ପୂର୍ବରୁ ‘ମନ କି ବାତ’ କାର୍ଯ୍ୟକ୍ରମ ଦିନ ୧୧ଟା ବେଳେ ଆକାଶବାଣୀରେ ପ୍ରସାରିତ ହେଉଥିବାବେଳେ ଗତକାଲି ସାଧାରଣତନ୍ତ୍ର ଦିବସ ଥିବାରୁ ତାହାକୁ ସଂଧ୍ୟାରେ ପ୍ରସାରିତ କରାଯାଇଥିଲା ।ହିଂସା କେବେ ମଧ୍ୟ ସମସ୍ୟାର ସମାଧାନ କରେନି ଏବଂ କୌଣସି ସମସ୍ୟାର ସମାଧାନ ଅନ୍ୟ ଏକ ସମସ୍ୟା ସୃଷ୍ଟି କରି କରାଯାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିଂସାର ମାର୍ଗ ବାଛିଥିବା ଲୋକଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବାକୁ ସେ କହିଛନ୍ତି। ଏସବୁର ସମାଧାନ କରିବା ପାଇଁ ଭାରତର କ୍ଷମତା ରହିଥିବା ସେମାନେ ବିଶ୍ୱାସ କରିବା ଉଚିତ। ଉତ୍ତର-ପୂର୍ବ ଭାରତରେ ଉଗ୍ରବାଦ ଥମିଥିବା କଥା ଉଦାହରଣ ଦେବା ସହ ସେ କହିଥିଲେ ହିଂସା କେବେ ସମାଧାନ କରେନି। ଏକବିଂଶ ଶତାବ୍ଦୀକୁ ଜ୍ଞାନ, ବିଜ୍ଞାନ ଏବଂ ଗଣତନ୍ତ୍ରର ଯୁଗ ବୋଲି କହିବା ସହ ମୋଦି କହିଛନ୍ତି, ଏମିତି ଗୋଟିଏ ସ୍ଥାନ ଅଛି କି ଯେଉଁଠି ହିଂସା ଜରିଆରେ ଉନ୍ନତି ହୋଇଛି। ବିଶ୍ୱର କୌଣସି ସମସ୍ୟାର ସମାଧାନ ହିଂସା ନୁହେଁ ବୋଲି ସେ କହିଛନ୍ତି।
ପଢନ୍ତୁ: ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍ବଲ୍ ଲେଜେଣ୍ଡ୍ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ