News

ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ମାରି ନଦୀରେ ଭସାଇ ଦେଲେ ବାପା

ଦୁଇ ଲକ୍ଷ ଟଙ୍କା ପାଇଁ ମାରି ନଦୀରେ ଭସାଇ ଦେଲେ

ପାରାଦୀପ କୁଜଙ୍ଗ ନିକଟ ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଆଜି ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିଛି କୁଜଙ୍ଗ ପୋଲିସ । ମାତ୍ର ୨ଲକ୍ଷ ଟଙ୍କା ପାଇବା ଲୋଭରେ ନିଜ ଝିଅ ଓ ୩ନାତି ନାତୁଣୀଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି କୁଜଙ୍ଗ ଅଞ୍ଚଳର ଅକ୍ଷୟ ସେଠୀ । ମୃତ ମହିଳାଙ୍କ ବାପା ଅକ୍ଷୟ ସେଠୀ ହିଁ ହତ୍ୟାକାରୀ ବୋଲି କହିଛି ପୋଲିସ୍‌ । ତାଙ୍କୁ ଗିରଫ କରାଯାଇଛି ।

ତେବେ କୁଜଙ୍ଗ ପୁଲିସ ସୂତ୍ରରୁ ପ୍ରକାଶ, ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣାରେ ମହିଳା ମାମାନୀଙ୍କ ପିତା ଅକ୍ଷୟ ସେଠୀକୁ ମଙ୍ଗଳବାର ଗିରଫ କରାଯାଇଛି । ତେବେ ହତ୍ୟାକାରୀ ବାପା ମାତ୍ର ୨ଲକ୍ଷ ଟଙ୍କା ପାଇବା ଲୋଭରେ ନିଜ ଝିଅ ଓ ୩ନାତି ନାତୁଣୀଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି । ପ୍ରଥମେ ଅକ୍ଷୟ ଦୁଇ ନାତୁଣୀଙ୍କୁ ନେଇ ତଣ୍ଟିଚିପି ମାରି ନଦୀରେ ଫିଙ୍ଗି ଦେଇଥିଲେ । ଏହା ପରେ ଝିଅ ଓ ନାତିକୁ ନେଇ ସମାନ ଢଙ୍ଗରେ ହତ୍ୟା କରିଥିଲେ ।

ମଇ ୧୦ ତାରିଖ ଦିନ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା । ପ୍ରାୟ ସାଢେ ୩ଟା ବେଳେ ନଈରେ ୪ଟି ମୃତଦେହ ଭାସୁଥିବାର ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଦେଖିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଥିଲେ । ମା’ ଓ ତିନି ପିଲାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଥିଲା ।

ପଢନ୍ତୁ ;

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ !

Related posts

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ରାଜ୍ୟପାଳ

ENO Beuro

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ

ENO Beuro

ବର୍ଷା ଲାଗିରହିବ, ପବନର ବେଗ ବଢିବା ସହ ଆସନ୍ତା ୩୬ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

Leave a Comment