News

ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳିଦେଲେ ; ଥାନାରେ ସ୍ଵାମୀ ଅଟକ

ନବରଙ୍ଗପୁର ଜିଲ୍ଲା କୋଡ଼ିଆମି ଥାନା ଅନ୍ତର୍ଗତ ଚିିରମା ଗ୍ରାମରେ ଘରୋଇ କଳହର କରୁଣ ପରିଣତି । ସ୍ଵାମୀ ଓ ସ୍ତ୍ରୀଙ୍କ ଝଗଡାରେ ବଳି ପଡିଲା ୪ ମାସର ଶିଶୁକନ୍ୟା । ଏଭଳି ଏକ ଅଭାବନୀୟ ଓ ହୃଦୟ ବିତାରକ ଘଟଣା ନବରଙ୍ଗପୁର ଜିଲା ଚିର୍ମା ଗାଁରେ ଘଟିଯାଇଛି । ମୃତ ମହିଳାଙ୍କ ନାମ ହେଲା ନୀଳବତୀ ଭତ୍ରା ଏବଂ ଅଭିଯୁକ୍ତ ଜଣଙ୍କ ହେଲେ ଟଙ୍କଧର ଭତ୍ରା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଳକ୍ କୋଡିଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗାଁର ଆଜି ସକାଳର ଘଟଣା ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚିରମା ଗାଁର ନୀଳାବତୀ ଭତ୍ରା(୨୨ ବର୍ଷ) ଓ ତାଙ୍କ ୪ ମାସର ଶିଶୁ କନ୍ୟାର ଦଗ୍ଧୀଭୁତ ମୃତଦେହ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଟଙ୍କଧର ସ୍ତ୍ରୀ ନୀଳବତୀ ଦେହରେ କିରୋସିନି ଢାଳି ନିଆଁ ଲଗାଇବା ସହ ନିଜର ୪ ମାସର ଶିଶୁକନ୍ୟାକୁ ମଧ୍ୟ ଛାଡି ନ ଥିଲେ । ସ୍ତ୍ରୀ ଓ ଶିଶୁକନ୍ୟାକୁ ନିଆଁରେ ଜଳି ପ୍ରାଣ ହରାଇବା ପରେ ଅଭିଯୁକ୍ତ ଜଣଙ୍କ ଥାନାରେ ଅତ୍ମସମର୍ପଣ କରିଥିଲେ । ଲୀଳାବତୀ ଓ ତାଙ୍କ ଶିଶୁକନ୍ୟାଙ୍କୁ କିରୋସିନି ଢ଼ାଳି ନିଆଁ ଲଗାଇ ଦିଆଯାଇଥିିବା ସନ୍ଦେହ କରାଯାଉଛି। ଏହି ଡବଲ ମର୍ଡର ପଛରେ ମୃତ ଲୀଳାବତୀଙ୍କ ସ୍ୱାମୀ ଟଙ୍କଧର ଭତ୍ରାଙ୍କର ହାତ ଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତ ସ୍ୱାମୀ ଟଙ୍କଧର ଭତ୍ରାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳିଦେଲେ ; ଥାନାରେ ସ୍ଵାମୀ ଅଟକ nabarangapur case

ପଢନ୍ତୁ ;

ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା

Related posts

କିନ୍ନର କେ. ପ୍ରତୀକା ୟସିନୀ, ପ୍ରମାଣ କରିଛନ୍ତି ଯେ ସାଧ୍ୟ ବଳରେ ସବୁକିଛି ସମ୍ଭବ

Krishna Kumar Manoj

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

Krishna Kumar Manoj

Second Traffic Police Station Will Start In Odisha Capital

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More