Entertainment

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରକୁ ଜୋତାମାଡ଼ ! ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

ବଲିଉଡ ତଥା ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରକୁ ଜଣେ ଯୁବକ ଜୋତାମାଡ଼ କରିଛି। ଏହି ଘଟଣାରେ ତୁରନ୍ତ ଯୁବକଙ୍କୁ ଧରି ନିଆଯାଇଛି। ହାଇଦ୍ରାବାଦର ହିମାୟତନଗରରେ ତମନ୍ନା ରବିବାର ଏକ ଜୁଏଲରୀ ଷ୍ଟୋରର ଉଦଘାଟନ କରିବାକୁ ପହଞ୍ଚିଥିଲେ। ସେହି ସମୟରେ ତାଙ୍କୁ ଏହି ଅସହଜ ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।ରିପୋର୍ଟ ଅନୁଯାୟୀ  ପୋଲିସ ସେହି ବ୍ୟକ୍ତିଙ୍କୁ କାବୁ କରିବାରେ ବିଳମ୍ବ କରିନଥିଲା ।

ପୋଲିସର କହିବା ଅନୁସାରେ ସେହି ଷ୍ଟୋରର ଜଣେ ୩୧ ବର୍ଷୀୟ କର୍ମଚାରୀ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ।

ନାରାୟଣଗୁଡା ପୋଲିସ ଥାନାର ଇନସ୍ପେକ୍ଟର ବି.ରବିନ୍ଦର ମିଡିଆକୁ କହିଛନ୍ତି ଯେ , ତମନ୍ନା ଯେତେବେଳେ ଷ୍ଟୋରରୁ ବାହାରକୁ ଆସୁଥିଲେ, ସେତେବେଳେ ମୁଶିରାବାଦର ବିଟେକ ଗ୍ରାଜୁଏଟ କରୀମୁଲ୍ଲା ତାଙ୍କ ଉପରକୁ ଜୋତା ଫେପାଡିଥିଲେ । କିନ୍ତୁ ଏହା ତମନ୍ନାଙ୍କୁ ନବାଜି ଷ୍ଟୋରର ଜଣେ କର୍ମଚାରୀଙ୍କୁ ବାଜିଥିଲା ।

ଇନସ୍ପେକ୍ଟରଙ୍କ କହିବା ଅନୁସାରେ ପଚରାଉଚରା ବେଳେ ଆରୋପୀ ଜଣଙ୍କ କହିଥଲେ ଯେ, ନିକଟ ଅତୀତରେ ସିନେମାରେ ତମନ୍ନାଙ୍କ ଚରିତ୍ର ତାଙ୍କୁ ନିରାଶ କରିଥିଲା । ଯାହା ଫଳରେ ସେ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଯେଉଁ କର୍ମଚାରୀଙ୍କୁ ଜୋତା ବାଜିଥିଲା, ସେ ଏହି ସମ୍ବନ୍ଧିତ ଧାରା ଅନୁସାରେ ମାମଲା ରୁଜୁ କରିଛନ୍ତି ।

ତମନ୍ନା ଭାଟିଆ ଭାରତୀୟ ସିନେମା ଇତିହାସର ସବୁଠାରୁ ହିଟ ସିନେମା‘ବାହୁବଳୀର’ ଦୁଇଟି ଯାକ ଭାଗରେ ନଜର ଆସିଥିଲେ । ତମନ୍ନା ହିନ୍ଦୀ ସିନେମା ବ୍ୟତୀତ ତେଲଗୁ ଓ ତାମିଲ ସିନେମାରେ ମଧ୍ୟ କାମ କରୁଛନ୍ତି । ତମନ୍ନା ବର୍ତ୍ତମାନ ତାଙ୍କର ଆଗାମୀ ତେଲଗୁ ସିନେମା ‘ନା ନୁବେ’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ସିନେମାପାଇଁ ସେ ସ୍ୱତନ୍ତ୍ର ଟ୍ୟାଙ୍ଗୋ ଡ୍ୟାନ୍ସ ମଧ୍ୟ ଶିଖୁଛନ୍ତି । ଏହାର ସୂଚନା ତମନ୍ନା ଏକ ଇଣ୍ଟରଭ୍ୟୁରେ ଦେଇଥିଲେ । ସିନେମାରେ ତମନ୍ନା ମୀରା ନାମକ ଜଣେ ରେଡିଓ ଜକି ଭୂମିକାରେ ନଜର ଆସିବେ ।

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରକୁ ଜୋତାମାଡ଼ ! ଅଭିଯୁକ୍ତକୁ ଗିରଫ କଲା ପୋଲିସ୍ bhatia

ପଢନ୍ତୁ ;

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ

Related posts

ଗର୍ଲଫ୍ରେଣ୍ଡଙ୍କ ସାନଭଉଣୀଙ୍କ ସହ ନଜର ଆସିବେ ସୁଶାନ୍ତ ସିଂହ ରାଜ୍‌ପୁତ୍‌

Krishna Kumar Manoj

ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

Krishna Kumar Manoj

ଓଡ଼ିଶାର ଭୁବନେଶ୍ୱରରେ ହେଲା ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ସ୍କ୍ରିନିଂ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More