News

ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ,ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ୍‌ ଆଟାକ୍‌ ନେଇ ଧମକପୂର୍ଣ୍ଣ ଫୋନ୍‌ କଲ୍‌। ଏହି ଘଟଣାରେ ପୁଲିସ୍‌ ମୁମ୍ବାଇରୁ ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ କାଶୀନାଥ ମଣ୍ଡଲ୍‌। ଏହି ଫୋନ କଲ ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) କଣ୍ଟ୍ରୋଲ୍‌ ରୁମ୍‌ରୁ ଆସିଥିଲା।

ମିଳିଥିବା ସୂଚନା ଅନୁଯାୟୀ,ସେ ଝାଡ଼ଖଣ୍ଡର ମୂଳବାସିନ୍ଦା ହୋଇଥିବା ବେଳେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡଭାବେ କାମ କରନ୍ତି ବୋଲି ଜଣାପଡ଼ିଛି। ପୋଲିସ ତାହା ବିରୁଦ୍ଧରେ ଆଇପିସି ଧାରା ୫୦୫(୧) ଓ (୨) ଏବଂ ୧୮୨ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗିରଫ ପରେ କାଶୀନାଥ ହତ୍ୟା ଧମକ ନେଇ ସ୍ୱୀକାର କରିଛି।

ଉଲ୍ଲେଖଯୋଗ୍ୟ, ମୋଦିଙ୍କୁ ମାରିବା ଯୋଜନା କରିବା ଅଭିଯୋଗରେ ପୂର୍ବରୁ ପୋଲିସ ୫ଜଣ ଲୋକଙ୍କୁ ଗିରଫ କରିଛନ୍ତି।

ପଢନ୍ତୁ;ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

Related posts

ସ୍ୱାମୀଙ୍କ ବାୟୁସେନା ବିମାନ ରାଡାର୍‌ରୁ ଉଭାନ୍‌ ହେଉଥିବା ଦେଖୁଥିଲେ ପାଇଲଟଙ୍କ ପତ୍ନୀ

Ratnamani Moharana

ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ENO Beuro

ଆଜିଠୁ ଆରମ୍ଭ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

Ratnamani Moharana

1 comment

Leave a Comment