Loading...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା : ଦିନ ୧୧ଟାରେ କ୍ରାଇମବ୍ରାଞ୍ଚର ପ୍ରେସମିଟ୍

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା : ଦିନ ୧୧ଟାରେ କ୍ରାଇମବ୍ରାଞ୍ଚର ପ୍ରେସମିଟ୍

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରାଉତଙ୍କ ସମେତ ୪ ଜଣଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଛାନଭିନ୍ କରାଯାଇପାରେ । ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନିଆଯାଇପାରେ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରାଉତଙ୍କ ସମେତ ୪ ଜଣଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଛାନଭିନ୍ କରାଯାଇପାରେ । ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନିଆଯାଇପାରେ । ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା ପାହାଡକୁ ନେଇ ସିନ୍ ରିକ୍ରିଏସନ କରାଯାଇପାରେ ବୋଲି କୁହାଯାଇଛି । ଏହାରି ଭିତରେ ଆଜି ଦିନ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରିବ କ୍ରାଇମବ୍ରାଞ୍ଚ । କଟକରେ କାର୍ଯ୍ୟାଳୟରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ କ’ଣ କହିବ ତା ଉପରେ ନଜର ରହିଛି । ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ହେଉଛି ରିମାଣ୍ଡର ତୃତୀୟ ଦିନ । ତେବେ ପଚରାଉଚରାରୁ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡିଛି ।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.