EnewsOdia.Com

ମନ୍ଦାର ଫୁଲରେ ରହିଛି ଔଷଧୀୟ ଗୁଣ, ଜାଣନ୍ତୁ କିପରି

ଆମ ଆଖପାଖରେ ଏମିତି ଅନେକ ଫୁଲ ଫୁଟିଥାଏ, ଯାହାର ଥାଏ ବହୁ ଔଷଧୀୟ ଗୁଣ। ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି କି ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଏଭଳି ଔଷଧୀୟ ଗୁଣରେ ଭରପୂର ଥିବା ଫୁଲମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମନ୍ଦାର ।

୧) ମନ୍ଦାର ଫୁଲରେ ଭିଟାମିନ ସି ଏବଂ ଖଣିଜ ଦ୍ରବ୍ୟଗୁଣ ପ୍ରଚୁର ପରିମାଣରେ ରହିଥାଏ। ଏହା କେଶ ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା କେଶକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ।

୨) ଏହି ଫୁଲର ଚା’ ଏବଂ ସର୍ବତ ମଧ୍ୟ ପ୍ରସ୍ତୁତ କରି ଆପଣ ପିଇ ପାରିବେ। ଏହାର ସର୍ବତ ପ୍ରତିଦିନ ପାନ କରିବା ଦ୍ଵାରା ଶରୀର ଥଣ୍ଡା ରହିଥାଏ ଏବଂ ଜ୍ୱର, ନାକରୁ ରକ୍ତ ବୋହିବା, ମୁଣ୍ଡବ୍ୟଥା ଓ ଯାଦୁ ଆଦି ରୋଗକୁ ଦୂର କରିଥାଏ। ଏଥିସହିତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ।

 

୩) ମନ୍ଦାର ଫୁଲ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଏହାର ରସ ଶରୀରରେ ଥିବା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ରାମବାଣ ଭଳି କାମ କରିଥାଏ।

୪) ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ଵାରା ପାଟିରେ ହୋଇଥିବା ଘା’ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ। କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପକୁ ଠିକ୍‌ କରିବା ପାଇଁ ବି ଏହାର ପ୍ରୟୋଗ କରାଯାଇଥାଏ।

ପଢନ୍ତୁ: ଦିନସାରା ଭୋକ ଲାଗୁ ନଥିଲେ କରନ୍ତୁ ଏହି ତିନୋଟି ବ୍ୟାୟମ

ସମ୍ବନ୍ଧିତ ଖବର

ରକ୍ତପାତ ରୋକିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

Ratnamani Maharana

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

Ratnamani Maharana

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

Ratnamani Maharana

ପିଆଜ ଚା’ ସେବନର ଜବରଦସ୍ତ ଫାଇଦା

Ratnamani Maharana

ବିବାହିତ ମହିଳା ମାନେ କାହା ସହିତ ବି ଏସବୁ ଜିନିଷ ସେଆର କରିବା ଅନୁଚିତ,ଜାଣନ୍ତୁ କଣ

Ratnamani Maharana

ଜାଣନ୍ତୁ ଖୀରରେ ରୁଟି ଭିଜାଇ ସେବନ କଲେ କେଉଁ କେଉଁ ରୋଗ ଦୂର ହୋଇଥାଏ

Ratnamani Maharana