POLITICALS

ମେନକା ଗାନ୍ଧି ହେବେ କାମଚଳା ବାଚସ୍ପତି

Mee

ବିଜେପି ନେତୃତ୍ବାଧୀନ ଏନଡିଏ ଦ୍ବିତୀୟ ଥର ନିର୍ବାଚିତ ହୋଇ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆଜି ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ମୋଦୀଙ୍କ ସମେତ ଅନ୍ୟ ବିଜେପି ଓ ଏନଡିଏର ସହଯୋଗୀ ନେତାମାନେ ମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ତେବେ ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ଲିଷ୍ଟରେ ଅଛନ୍ତି ମେନକା ଗାନ୍ଧି । ମୋଦୀଙ୍କ ପ୍ରଥମ ସରକାରରେ ମେନକା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ  ଥିଲେ।

ମୋଦି-୨ ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ମାନେକା ଗାନ୍ଧିଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି  ଭାବେ କାର୍ଯ୍ୟ କରିବେ। ଅସ୍ଥାୟୀ ବାଚସ୍ପତି ଭାବେ ଶ୍ରୀମତି ଗାନ୍ଧି ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ନୂଆ ବାଚସ୍ପତି ଓ ଉପ ବାଚସ୍ପତି ନିଯୁକ୍ତ ହେବା ଯାଏ, ମାନେକା ଲୋକସଭାରେ ବାଚସ୍ପତି ଭୂମିକାରେ ରହିବେ। ତେବେ ସେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି।

ପଢନ୍ତୁ: ମୋଦିଙ୍କ ଦ୍ଵିତୀୟ ଇନିଙ୍ଗ୍ସ ଆରମ୍ଭ: ମୋଦିଙ୍କ ସମେତ ଶପଥ ନେଲେ ୫୭ ମନ୍ତ୍ରୀ

Related posts

ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ, ଆଜି ଅନ୍ଧାରି ବିଜେ

Ratnamani Moharana

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

ENO Beuro

ରାଜ୍ୟସଭା ନିର୍ବାଚନ: ଗୁଜରାଟ କଂଗ୍ରେସର ପିଟିଶନ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Moharana

Leave a Comment