Entertainment

ଫିଲ୍ମ ଫ୍ରାଇଡେ: ‘ମଣ୍ଣିକର୍ଣ୍ଣିକା’ ସହ ମୁହାଁମୁହିଁ ‘ଠାକ୍‌ରେ’

ଫିଲ୍ମ ଫ୍ରାଇଡେରେ ହଲ୍‌କୁ ଆସିଲା ମଣିକର୍ଣ୍ଣିକା ଏବଂ ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକରେ’ । ୧୨୫ କେ।ଟି ବ୍ୟୟରେ ତିଆରି ଏହି ଫିଲ୍ମ ୫୦ଟି ଦେଶରେ ରିଲିଜ୍ ହେବ । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେଲା ମଣିକର୍ଣ୍ଣିକା ।

ସାହସୀ, ନିର୍ଭୀକ ରାଣୀ ଓ ଯୋଦ୍ଧା ଭୂମିକାରେ କଙ୍ଗନାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣି ଓ ଡ୍ୟାନି ଡେଞ୍ଜୋପା। ମଣିକର୍ଣ୍ଣିକାରୁ ବଲିଉଡରେ ଡେବ୍ୟୁ କରୁଛନ୍ତି ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧାକୃଷ୍ଣା ଜଗର୍ଲାମୁଡି ଓ କଙ୍ଗନା ରାନାୱତ୍‌ ।

ସେହିପରି ଆଜି ଆଉ ଗୋଟିଏ ଫିଲ୍ମ ମଧ୍ୟ ପରଦାକୁ ଆସିଛି ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକରେ’ । ଏଥିରେ ବାଲ୍ ଠାକରେଙ୍କ ଭୂମିକାରେ ଦେଖିବାକୁ ପାଇବେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ।..ନୱାଜ୍ ଙ୍କ ବ୍ୟତୀତ ଏହି ଫିଲ୍ମରେ ବାଲଠାକ୍ରେଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅମୃତା ରାଓ । ଫିଲ୍ମର ନିର୍ଦ୍ଦେଶନା ଅଭିଜିତ୍ ପାନ୍ ସେ ଦେଇଥିବା ବେଳେ ଫିଲ୍ମ୍ର ପ୍ରଯୋଜକ ଭାର ସମ୍ବାଳିଛନ୍ତି ସଞ୍ଜୟ ରାଉତ୍

ପଢନ୍ତୁ;ଆରପାରିରେ ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା କୃଷ୍ଣା ସୋବତୀ

Related posts

ଜାଆଁଳା ପୁତ୍ରର ଜନନୀ ହେଲେ ସନ୍ନି ଲିଓନ

ENO Beuro

ଚର୍ଚ୍ଚାରେ ବିଗ୍ – ବିଙ୍କ ସାଥେ ଶ୍ଵେତା ଙ୍କ ଭାଇରାଲ ଫୋଟ !

ENO Beuro

ଆନନ୍ଦଙ୍କୁ କାହିଁକି ବିବାହ କଲେ ସୋନାମ? ଜାଣନ୍ତୁ କାରଣ

ENO Beuro

Leave a Comment