Entertainment

ରିଲିଜ ହେଲା ‘ମଣିକର୍ଣ୍ଣିକା’ ଫିଲ୍ମର ଟିଜର

teaser

କଙ୍ଗନା ରନୌତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣୀକା:ଦ କ୍ୱିନ୍‍ ଅଫ୍‍ ଝାନ୍ସୀ’ ର ଟିଜର ରିଲିଜ୍‍ ହୋଇଯାଇଛି। ଏହାକୁ ଗାନ୍ଧିଜୟନ୍ତୀର ଶୁଭ ଅବସରରେ ରିଲିଜ୍‍ କରାଯାଇଛି। ଏହି ଚଳଚ୍ଚିତ୍ର ୨୦୧୯, ଜାନୁଆରୀ ୨୫ରେ ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରିବ।

ଏହା ଫିଲ୍ମ ଝାନ୍ସି ରାଣୀ ଲକ୍ଷ୍ମିବାଇଙ୍କ ଜୀବନୀ ଉପରେ ଆଧାରିତ। କଙ୍ଗନାଙ୍କ ଦମ୍‌ଦାର ଅଭିନୟ ସାଙ୍ଗକୁ ଅମିତାଭଙ୍କ ବୋଲ୍ଡ ଆଓ୍ବାଜ ଟିଜରକୁ ଆହୁରି ଦମ୍‌ଦାର୍‌ କରିଛି। ଫିଲ୍ମଟି ଆସନ୍ତା ବର୍ଷ ଜାନୁୟାରୀରେ ଫ୍ଲୋରକୁ ଆସିବ ବୋଲି ଯୋଜନା ରହିଛି। ରାଧାକ୍ରିଷ୍ଣ ଜାଗରାମୁଡିଙ୍କ ନିର୍ଦ୍ଦେଶିତ ଓ କମଲ ଜୈନଙ୍କ ପ୍ରଯୋଜିତ ଏହି ଫିଲ୍ମ କଙ୍ଗନାଙ୍କ କ୍ୟାରିୟର ଏକ ମାଇଲ୍‌ ଖୁଣ୍ଟ ହେବ ବୋଲି ଆଲୋଚନା ହେଉଛି।

teaser

୨ମିନିଟର ଏହି ଟିଜର ଦେଖିବା ପରେ ନିଶ୍ଚୟ ଆପଣଙ୍କ ଲୋମ ଟାଙ୍କୁରୀ ହୋଇଯିବ । ରକ୍ତରେ ଜୁଡୁବୁଡୁ ରାଣୀ ଲକ୍ଷ୍ମୀବାଇ ହୋଇଥିବା କଙ୍ଗନା ଯେତେବେଳେ ହରହର ମହାଦେବ କହୁଛନ୍ତି ଅନୁମାନ ହେଉଛି ଯେ ଗୋଟେ ସିନକୁ ଜୀବନ୍ତ ବନାଇବା ଲାଗି କେତେ ପରିଶ୍ରମ କରିବାକୁ ପଡିଛି।

ପଢନ୍ତୁ; ଆଜିଠୁ ରାଜ୍ୟର ୬ଟି ସହରରେ ପିଲିଥିନ ବ୍ୟାନ

Related posts

୩୦ ବର୍ଷରେ ପଦାର୍ପଣ କଲେ ଅନୁଷ୍କା ଶର୍ମା

ENO Beuro

ମ୍ୟାଡାମ ତୁସାଦ ମ୍ୟୁଜିଅମରେ ସ୍ଥାନ ପାଇବ ଅନୁଷ୍କାଙ୍କର କଥାକୁହା ମୂର୍ତ୍ତି

ENO Beuro

ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍

ENO Beuro

Leave a Comment