Entertainment

ରିଲିଜ ହେଲା ‘ମଣିକର୍ଣ୍ଣିକା’ର ଟ୍ରେଲର

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅପେକ୍ଷାରେ ଥିବା ଫିଲ୍ମ ‘ମଣିକର୍ଣ୍ଣିକା : ଦ କ୍ୱିନ୍ ଅଫ୍ ଝାନ୍ସୀ’ ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମର କାହାଣୀ ଭାରତର ସ୍ୱାଧୀନତାର ଲଢେଇର କାହାଣୀ । ଏହାଛଡା ଏହି ଫିଲ୍ମରେ କଙ୍ଗନାଙ୍କ ଜବରଦସ୍ତ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିଛି। ତେବେ ଫିଲ୍ମରେ କଙ୍ଗନା ଝାନ୍ସିରାଣୀ ଭୂମିକାରେ ନଜର ଆସିଛନ୍ତି। ଟ୍ରେଲର ଆରମ୍ଭରେ ଇଂରେଜ ମାନେ ନିଜ ସୈନମାନଙ୍କ ସହ ଲୋକଙ୍କୁ ମାରିବାକୁ ଆସୁଛନ୍ତି ଏବଂ ମଣିକର୍ଣ୍ଣିକା ସେମାନଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସୁଛି। ମଣିକର୍ଣ୍ଣିକା କୌଣସି ସାଧାରଣ ଝିଅ ପରି ନୁହେଁ ବରଂ ରାଜମହଲରେ ବଢିଥିବା ଝିଅଟିଏ। କଙ୍ଗନା ଏହି ଫିଲ୍ମରେ ଲିଡ୍ ରୋଲରେ ଆସୁଥିବା ବେଳେ ଏହିପରି ଫିଲ୍ମଟିର କାହାଣୀ ଆଗକୁ ବଢୁଛି।

kangana

ସୂଚନାଯୋଗ୍ୟ, ମଣିକର୍ଣ୍ଣିକା ଜାନୁୟାରୀ ୨୫ରେ ରିଲିଜ୍ ହେବ । ରିଲିଜ ପରେ ବକ୍ସ ଅଫିସରେ ଫିଲ୍ମ କିପରି କମାଲ କରୁଛି ଓ ସିନେପ୍ରେମୀ ଏହାକୁ କେତେ ମାତ୍ରାରେ ଦେଖିବେ ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା । ମଣିକର୍ଣ୍ଣିକା ସହ ହ୍ରିତିକଙ୍କ ଅଭିତୀନ ସୁପର ୩୦ ଓ ଇମ୍ରାନ ହାସମୀଙ୍କ ଚିଟ୍ ଇଣ୍ଡିଆ ରିଲିଜ୍ ହେବ । ମଣିକର୍ଣ୍ଣିକାରେ ଅଙ୍କିତା ଲୋଖଣ୍ଡେ ମଧ୍ୟ ଅଛନ୍ତି ।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବଟର୍‌ ଚିକେନ୍‌‘

.

Related posts

‘ଭାରତ’ ସିନେମାରେ ସଲମାନଙ୍କ ନାୟିକା ହେବେ ଏହି ହିରୋଇନ 

ENO Beuro

ସୋନମଙ୍କ ପରେ ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ENO Beuro

ନୂଆ ଓଡିଆ ଚଳଚିତ୍ର “ଲୋକାଲ୍ ଟୋକା ଲଭ ଚୋଖା”ର ଶୁଭ ମହୁରତ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More