News

ପଦ୍ମଶ୍ରୀ ଫେରାଇଲେ ମଣିପୁରୀ ଫିଲ୍ମ ନିର୍ମାତା

padma

ମଣିପୁରର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଅରିବାମ ଶ୍ୟାମ ଶର୍ମା ରବିବାର ତାଙ୍କର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି। ନାଗରିକତା ସଂଶୋଧନ ବିଲ-୨୦୧୬କୁ ବିରୋଧ କରି ସେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କ ଅନୁସାରେ ଏହି ବିଲ ଉତ୍ତରପୂର୍ବର ଲୋକଙ୍କ ସ୍ଵାର୍ଥର ପରିପନ୍ତି। ବିଶେଷକରି ମଣିପୁରର ମୂଳ ଅଧିବାସୀମାନେ ଏହାଦ୍ୱାରା ପ୍ରଭାବିତ ହେବେ।

ମଣିପୁରୀ ଫିଲ୍ମ ନିର୍ମାତା ଅରିବାମଙ୍କୁ ୨୦୦୬ରେ ପଦ୍ମଶ୍ରୀ ମିଳିଥିଲା। ପୁରସ୍କାର ଫେରାଇବା ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଥିବାରୁ ଏହା ଆଗକୁ ବଢ଼ିବ ବୋଲି କୁହାଯାଉଛି। ୩୦ ଅଗଷ୍ଟ ୨୦୧୫ରେ କର୍ଣ୍ଣାଟକରେ କନ୍ନଡ଼ ଲେଖକ ଏମ୍‌.ଏମ୍‌. କଲବୁର୍ଗୀଙ୍କ ହତ୍ୟା ମାମଲା ଏବଂ ଦାଦ୍ରିରେ ଗୋହତ୍ୟାକୁ କେନ୍ଦ୍ର କରି ହତ୍ୟା ମାମଲା ପରେ ପୁରସ୍କାର ଫେରାଇବା ଧାରା ଆରମ୍ଭ ହୋଇଥିଲା ଏବଂ ୪୦ରୁ ଅଧିକାର କଳାକାର, ଲେଖକ ସେମାନଙ୍କ ପୁରସ୍କାର ଫେରାଇ ଦେଇଥିଲେ।

ପଢନ୍ତୁ; ଆଜିଠୁ ବିଧାନସଭା ବଜେଟ ଅଧିବେଶନ,ଶାସକ-ବିରୋଧୀ ଶେଷ ମୁକାବିଲା 

Related posts

ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ସପ୍ତାହେ ଟ୍ରେନ୍‌ ସେବାରେ ପରିବର୍ତ୍ତନ

ENO Beuro

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୁରିଲା ୧୦ ବର୍ଷ

ENO Beuro

ମହଙ୍ଗା ହେଲା ସୁନା ଦର

ENO Beuro

Leave a Comment