ଅମୃତସର ଭଳି ଆସନରୁ ନିର୍ବାଚନ ଲଢିବେନି ମନମୋହନ

election news

ଅମୃତସରv ଭଳି ଆସନରୁ ଲୋକସଭା ନିର୍ବାଚନ ଲଢିବାକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହv ଅନିଚ୍ଛୁକ ଥିବା ଜଣାଯାଇଛି ।  ମନମୋହନ ସିଂହଙ୍କୁ ପଞ୍ଜାବର ଅମୃତସର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିବା ଲାଗି ଦାବି କରିଛନ୍ତି ସ୍ଥାନୀୟ ନେତା। ସ୍ୱାସ୍ଥ୍ୟଗତ କାରଣ  ଓ ଅଧିକ ବୟସାଧିକ  ଯୋଗୁଁ ସେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଳର ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି ।୯୦ ଦଶକରେ ଦେଶରେ ଅର୍ଥନୀତିର ଉଦାରୀକରଣ କରି ଡ. ସିଂହ ଚର୍ଚ୍ଚାକୁ ଆସିଥିଲେ । ପୂର୍ବରୁ ୨୦୦୯ ମସିହାରେ ଏହି ଆସନରୁ ମନମୋହନଙ୍କୁ ପ୍ରାର୍ଥୀ ହେବା ଲାଗି ମଧ୍ୟ ସେ ମନା କରିଦେଇଥିଲେ।

ମନମୋହନ ସିଂହ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ମନମୋହନ ସିଂହ ୧୯୯୧ ମସିହାରୁ ଆସାମରୁ ରାଜ୍ୟସଭା ଲାଗି ନିର୍ବାଚିତ ହୋଇଆସୁଛନ୍ତି। ଜୁନରେ ତାଙ୍କ କାର୍ଯ୍ୟକାଳ ବି ସରୁଛି ।
ପଢନ୍ତୁ: ନବ ନିଯୁକ୍ତ ଡାକ୍ତରଙ୍କ ଧମକ: ଚାକିରିରେ ଯୋଗ ଦେବୁନି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More