POLITICALS

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

Untitled 1

ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ମଦନ ଲାଲ ସୋନିଙ୍କର ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଏହାପରେ ମନମୋହନ ସିଂହ ଏହି ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ମନମୋହନ ସିଂହଙ୍କ ବିରୋଧରେ ବିଜେପି କିମ୍ୱା ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇନଥିଲେ। ରାଜ୍ୟରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଭଲ ରହିଥିବାରୁ ମନମୋହନ ସିଂହ ଜିତିବା ଏକ ପ୍ରକାରର ନିଶ୍ଚିତ ଥିଲା।

ସୂଚନାଯୋଗ୍ୟ, ଦୀର୍ଘ ୩ ଦଶନ୍ଧି ଧରି ମନମୋହନ ସିଂହ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହେଉଥିଲେ। ଚଳିତବର୍ଷ ଜୁନ୍ ୧୪ ତାରିଖରେ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଅଗଷ୍ଟ ୧୩ରେ ମନମୋହନ ସିଂହ ଏଥିପାଇଁ ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ। ଆଜି ସେ ରାଜସ୍ଥାନ ନିର୍ବାଚନ କମିଶନଙ୍କ ପାଖରୁ ସାର୍ଟିଫିକେଟ ଗ୍ରହଣ କରିବେ। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ରେ ଶେଷ ହେବ।

ପଢନ୍ତୁ: ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

Related posts

ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

Ratnamani Moharana

ଦାମୋଦର ରାଉତଙ୍କ ନବୀନଙ୍କୁ ପ୍ରଶ୍ନ ବାଣ: ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ କଣ ପାଇଁ

Ratnamani Moharana

ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ସୋନିଆ

ENO Beuro

1 comment

ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ରାଜ୍ୟରେ ୨୫ଯାଏଁ ହେବ ପ୍ରବଳ ବର୍ଷା August 19, 2019 at 12:07 pm

[…] ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂ… […]

Leave a Comment