POLITICALS

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

Manmohan 1 750x430

ସବୁ କଳ୍ପନା ଜଳ୍ପନାର ଶେଷରେ ଅନ୍ତ ଘଟିଛି। ପୁଣି ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।ରାଜସ୍ଥାନରୁ ଖାଲିପଡିଥିବା ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ଆଜି ଜୟପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ରାଜସ୍ଥାନରୁ ବିଜେପି ରାଜ୍ୟସଭା ସାଂସଦ ମଦନଲାଲ ସାଇନଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିଲା । ତେବେ ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଦେଇନାହିଁ । କାରଣ ରାଜସ୍ଥାନରେ କଂଗ୍ରେସ ନିକଟରେ ୧୦୦ ବିଧାୟକଙ୍କ ସହ ୧୨ ସ୍ୱାଧୀନ ଓ ୬ବିଏସପି ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପଟେ ବିଜେପି ନିକଟରେ ରହିଛନ୍ତି ମାତ୍ର ୭୩ ଜଣ ବିଧାୟକ ।

ତେଣୁ ମନମୋହନ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଜୁନ୍ ମାସରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପୂର୍ବରୁ ସେ ଆସାମରୁ ରାଜ୍ୟସଭାକୁ ଯାଇଥିଲେ । କିନ୍ତୁ ଏବେ ତାଙ୍କୁ ପୁଣି ଆସାମରୁ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ପଠାଇବା ସମ୍ଭବ ନହେବା ଜାଣି ରାଜସ୍ଥାନରୁ ପଠାଇବାକୁ ନିଷ୍ପତି ନେଇଛି ଦଳ ।

ପଢନ୍ତୁ: କେରଳ ବନ୍ୟାରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ

Related posts

କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବେ ସୁମିତ୍ରା ଜେନା

Ratnamani Moharana

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ENO Beuro

Leave a Comment